ତାଣ୍ଡବ ରଚିଛି ଘୂର୍ଣ୍ଣିଝଡ ‘ଆଇଡା’:୪୪ ମୃତ
ୱାଶିଂଟନ: ଆମେରିକାର ନ୍ୟୁୟର୍କ ସହରରେ ପ୍ରବଳ ବର୍ଷା ସହ ଘୂର୍ଣ୍ଣିଝଡ ‘ଆଇଡା’ ତାଣ୍ଡବ ରଚିଛି । ଏଥିରେ ପାଖାପାଖି ୪୪ ଜଣଙ୍କ ମୃତ୍ୟୁ ଘଟିଛି । ଧିରେ ଧିରେ ବର୍ଷା ଏତେ ମାତ୍ରାରେ ବୃଦ୍ଧି ପାଇଥିଲା ଯେ ବନ୍ୟା ପରିସ୍ଥିତି ଉପୁଜିଥିବା ନେଇ ସହରବାସୀଙ୍କୁ ଆଲର୍ଟ କରାଯାଇଥିଲା । ବର୍ଷା ସହ ଘୂର୍ଣ୍ଣିଝଡର ପ୍ରକୋପ ମଧ୍ୟ ଭୟାବହ ଥିଲା । ଦୀର୍ଘ ବର୍ଷ ପରେ ନ୍ୟୁୟର୍କବାସୀ ଏପରି ଏକ ପ୍ରାକୃତିକ ବିପର୍ୟ୍ୟୟର ସାମ୍ନା କରିଛନ୍ତି ।
ଗତକାଲି ନ୍ୟୁୟର୍କରେ ରେକର୍ଡ ଭଙ୍ଗା ବର୍ଷା ହୋଇଥିବା କୁହାଯାଉଛି । ଏତେ ମାତ୍ରାରେ ବର୍ଷା ହୋଇଛି ଯେ, ନ୍ୟୁୟର୍କର ରାସ୍ତାଘାଟ ନଦୀରେ ପରିଣତ ହୋଇଯାଇଛି । ଆଜି ରାଷ୍ଟ୍ରପତି ଜୋ ବାଇଡେନ ଦକ୍ଷିଣ ଲୁସିଆନା ରାଜ୍ୟ ଗସ୍ତ ପୂର୍ବରୁ କହିଛନ୍ତି ଯେ, ବନ୍ୟାରେ ଶତାଧିକ ଘର ଭାଙ୍ଗିଯିବା ସହ ଲକ୍ଷାଧିକ ଘରେ ବିଦ୍ୟୁତ ସେବା ବିଚ୍ଛିନ୍ନ ଥିଲା । ଆମେ ସମସ୍ତେ ଏକାଠି ରହୁଛୁ । ଦେଶ ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ଅଛି ।
Powered by Froala Editor