ଆଇଟିପିବିର ସାହାସକୁ ସଲାମ୍ : ୧୨୦୦୦ ଫୁଟ ଉଚ୍ଚରେ ଲୋକଙ୍କୁ ଉଦ୍ଧାର କଲେ
ଉତ୍ତରାଖଣ୍ଡର ମିଲମରେ ଭାରତ ତିବ୍ଦତୀୟ ସୀମା ପୁଲିସ (ଆଇଟିବିପି)ର ସାହାସକୁ ସଲାମ କରିଛନ୍ତି ଲୋକମାନେ । ଆଇଟିବିପି ଅଧିକାରୀମାନେ ନଦୀ ପାର୍ଶ୍ୱରେ ସାତ ଘଣ୍ଟାରୁ ଅଧିକ ସମୟ ଧରି ଫସି ରହିଥିବା ଚାରିଜଣ ସ୍ଥାନୀୟ ଲୋକଙ୍କୁ ଉଦ୍ଧାର କରିଥିଲେ। ଯେଉଁଥିରେ ତିନି ଜଣ ପୁରୁଷ ରହିଥିବା ବେଳେ ଜଣେ ମହିଳା ସାମିଲ ଥିଲେ। ଦିନ ୨ ଟା ସମୟରେ ଏମାନଙ୍କୁ ଏଭଳି ବିପଦପୂର୍ଣ୍ଣ ସ୍ଥାନରୁ ଉଦ୍ଧାର କରାଯାଇଥିଲା। ତେବେ ବିଶେଷ କଥା ହେଉଛି ୧୨୦୦୦ ଫୁଟ ଉଚ୍ଚରେ ୪ ଜଣଙ୍କୁ ଉଦ୍ଧାର କରିବା ସହଜ ନଥିଲା । ଏମାନଙ୍କ ଦୁଃସାହାସିକ କାର୍ଯ୍ୟ ସତରେ ପ୍ରଶଂସାଯୋଗ୍ୟ । ଏହାର ଏକ ଭିଡିଓ କ୍ଲିପ୍ ଭାଇରାଲ ହେଉଛି । ଏହି ଭିଡିଓ କ୍ଲିପ୍ରେ ଦେଖିବାକୁ ମିଳୁଛି ଆଇଟିବିପି ଯବାନ ନଦୀ ପାର୍ଶ୍ୱରେ ଥିବା ଏକ ପଥର ଉପରେ ଠିଆ ହୋଇଛନ୍ତି। ଆଉ ୧୨୦୦୦ ଫୁଟ ଉଚ୍ଚରେ ଫସି ରହିଥିବା ୪ଜଣ ସ୍ଥାନୀୟ ଲୋକଙ୍କୁ ନଦୀ ପାର ହେବା ପାଇଁ ଲାଗିଥିବା ଦଉଡି ଲାଇନକୁ ଧରିବାକୁ କହୁଛନ୍ତି। ଦୌଡ଼ି ଜରିଆରେ ଅଧିକାରୀମାନେ ୪ଜଣ ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି। ନଚେତ ଏମାନଙ୍କ ଜୀବନ ବି ଯାଇଥାନ୍ତା ବୋଲି ଆଲୋଚନା ହେଉଛି । ସେଠାରୁ ବାହାରିବା ଏକ ପ୍ରକାର ଅସମ୍ଭବ ହୋଇପଡିଥିବାବେଳେ ଆଇଟିପିବିର ଧୈର୍ଯ୍ୟ ଓ ସାହାସକୁ ପ୍ରଶଂସା କରୁଛନ୍ତି ଲୋକମାନେ ।
Powered by Froala Editor