୧୧.୩୦ ପର୍ଯ୍ୟନ୍ତ ଗୃହ ମୁଲତବୀ

ଭୁବନେଶ୍ୱର: ଷୋଡ଼ଶ ବିଧାନସଭାର ସପ୍ତମ ଅଧିବେଶନର ଦ୍ୱିତୀୟ ଦିନ ଆରମ୍ଭରୁ ଗୃହରେ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଛି । ଆଜି ଗୃହ କାର୍ଯ୍ୟ ଆରମ୍ଭ ହେଉ ହେଉ ବିରୋଧୀ ବିଭିନ୍ନ ପ୍ଲା କାର୍ଡ ଧରି ଗୃହରେ ନାରାବାଜି କରିଥିଲେ । ଏପରିକି ବାଚସ୍ପତିି ସୂର୍ଯ୍ୟନାରାୟଣଙ୍କ ପୋଡ଼ିୟମ ନିକଟକୁ ଆସି ନାରାବାଜି କରିଥିଲେ ।
ମାହାଙ୍ଗା ଡବଲ ମର୍ଡର ମାମଲାରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ନେଇ ବିରୋଧୀ ବିଜେପି ସଦସ୍ୟମାନେ ନାରାବାଜି କରିଥିଲେ । ସେହିପରି ଚାଷୀ ପ୍ରସଙ୍ଗ ଉଠାଇ କଂଗ୍ରେସ ସଦସ୍ୟମାନେ ମଧ୍ୟ ହଟ୍ଟଗୋଳ କରିଥିଲେ ।ଏହାକୁ ଦୃଷ୍ଟିରେ ରଖି ବାଚସ୍ପତି ଶ୍ରୀ ପାତ୍ର ଗୃହକୁ ୧୧.୩୦ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି ।
ଏଥିସହ ଗୃହର ସୁପରିଚାଳନା ନିମନ୍ତେ କିଛି ବିଜେଡି, ବିଜେପି ଓ କଂଗ୍ରେସ ନେତୃବୃନ୍ଦକୁ ଆଲୋଚନା ନିମନ୍ତେ ବାଚସ୍ପତି ଶ୍ରୀ ପାତ୍ର ନିଜ ଚାମ୍ବରକୁ ଡାକିଛନ୍ତି ।
Powered by Froala Editor