ପୁଣି ଚର୍ଚ୍ଚାରେ କୋରାପୁଟ କଂଗ୍ରେସ କଳି, ମୁହାଁମୁହିଁ ହେଲେ ତାରା ଓ କୁଲେସିକା

ଭୁବନେଶ୍ୱର: ଦଳରେ ରହି ବିଶୃଙ୍ଖଳା ନ କରିବା ଲାଗି ପ୍ରଭାରୀ ତାଗିଦ କଲେ । ଅସନ୍ତୁଷ୍ଟ ନେତାଙ୍କୁ ବୁଝାସୁଝା କରାଗଲା । ତଥାପି ନେତା ବୁଝିବାକୁ ନାରାଜ । ତାଗିଦର ଗୋଟିଏ ଦିନ ଯାଇନି ପୁଣି ଚର୍ଚ୍ଚାକୁ ଆସିଛି କୋରାପୁଟ କଂଗ୍ରେସ କଳି । ପୂର୍ବତନ କଂଗ୍ରେସ ବିଧାୟକ କୈଳାସ କୁଲେସିକା ବାହିନୀପତି ଦମ୍ପତିଙ୍କ ବିରୋଧରେ ବିସ୍ଫୋରକ ବୟାନ ଦେଇଛନ୍ତି । କୁଲେସିକା କହିଛନ୍ତି ଦଳରେ ରହି ତାରା ଓ ତାଙ୍କ ପତ୍ନୀ ମିନାକ୍ଷୀ ବିଜେଡି ପାଇଁ କାମ କରୁଛନ୍ତି । ପ୍ରଭାରୀଙ୍କ ନିକଟରେ ଅଭିଯୋଗ କରି କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲି । ହେଲେ କାର୍ଯ୍ୟାନୁଷ୍ଠାନ ନିଆଗଲାନି । ଦଳରେ ରହି କାମ କରିବାକୁ କୁହାଗଲା । ସେ ଆହୁରି ମଧ୍ୟ କହିଛନ୍ତି ଯେ ଭୁଲ କରି କ୍ଷମା ମାଗିଲେ ଯଦି ସବୁ ଠିକ ହୋଇଯାଉଛି ତେବେ ଆମେ ବି ଭୁଲ କରି କ୍ଷମା ମାଗିବୁ । ଏଭଳି କନ୍ଦଳର ପ୍ରଭାବ ଭୋଟରଙ୍କ ଉପରେ ପଡୁଛି । ସେଥିପାଇଁ କଂଗ୍ରେସ ଖସୁଛି । ହାଇକମାଣ୍ଡ ଏଥିପ୍ରତି ଦୃଷ୍ଟି ଦେବା ଦରକାର । ତେବେ ଘର କଳି ସମାଧାନ ହୋଇ ଯାଇଥିବା କହିଛନ୍ତି ସାଂସଦ ସପ୍ତଗିରି ଉଲାକା । ସପ୍ତଗିରି ଉଲାକା କହିଛନ୍ତି ତାରା କ୍ଷମା ମାଗିଛନ୍ତି କି ନାହିଁ ମୁଁ ଜାଣିନି ଯାହା ବିବାଦ ଥିଲା ପ୍ରଭାରୀଙ୍କ ଆଗରେ ସମସ୍ତେ ମତ ରଖିଛନ୍ତି ।
Powered by Froala Editor