ଦେଇଥିବା ପ୍ରତିଶ୍ରୁତି ଅନୁସାରେ ସାର ଯୋଗାଉନି କେନ୍ଦ୍ର

ଭୁବନେଶ୍ୱର: ଓଡ଼ିଶାକୁ ଯେଉଁ ପରିମାଣର ସାର ଯୋଗାଇ ଦେବା କଥା, କେନ୍ଦ୍ର ସରକାରଙ୍କ ପକ୍ଷରୁ ତାହା ଯୋଗାଣ ହେଉନାହିଁ । ଏନେଇ ବାରମ୍ବାର କେନ୍ଦ୍ର ସରକାରଙ୍କୁ ଅବଗତ କରାଯାଉଥିଲେ ମଧ୍ୟ କେନ୍ଦ୍ର କିଛି ଶୁଣୁନି । କେବଳ ପ୍ରତିଶ୍ରୁତି ଦେଇ କେନ୍ଦ୍ର ସରକାର ଚୁପ ବସୁଛନ୍ତି । କେନ୍ଦ୍ର ଦେଇଥିବା ପ୍ରତିଶ୍ରୁତି ଅନୁସାରେ ସାର ଯୋଗାଉନି ବୋଲି ବିଜେଡି ନେତା ଦେବୀ ମିଶ୍ର କହିଛନ୍ତି ।
ରାଜ୍ୟକୁ ଅଭାବୀ ସାର ଯୋଗାଣ ପ୍ରତିବାଦରେ ଆଜି ବିଜେଡି ପକ୍ଷରୁ ବିକ୍ଷୋଭ କରାଯାଇଛି । ରାଜଭବନ ସମ୍ମୁଖରେ ବିଜେଡି ନେତାମାନେ ଏକତ୍ର ହୋଇ କେନ୍ଦ୍ର ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହି ଅବସରରେ ମୁଖମନ୍ତ୍ରୀ ଓ ଆମ ଦଳର ସାଂସଦମାନେ ସାରର ଅଭାବ ନେଇ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସତ୍ତ୍ୱେ ଅଭାବୀ ଯୋଗାଣ କରାଯାଉଥିବା ଦେବୀ ମିଶ୍ର କହିଛନ୍ତି ।
Powered by Froala Editor