ମୌସୁମୀ ଅଧିବେଶନରେ ଶୋକ ପ୍ରସ୍ତାବ ଆଣିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବୁଧବାର ଠାରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି । କୋଭିଡ କଟକଣା ମଧ୍ୟରେ ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି । ଗୃହ କାର୍ୟ୍ୟ ଆରମ୍ଭରୁ ଦିବଙ୍ଗତ ନେତା ଓ କୋଭିଡ ଯୋଦ୍ଧାମାନଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାଵ ଆଗତ ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକପ୍ରସ୍ତାବ ଆଗତ କରିଛନ୍ତି ।
ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ଓ କାର୍ତ୍ତିକ ତରାଇଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଶୋକ ପ୍ରସ୍ତାବ ଆଗତ କରିଛନ୍ତି । ଅନ୍ୟ ଦିବଂଗତ ନେତାଙ୍କ ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ଶୋକ ପ୍ରସ୍ତାବ ଆଣିଛନ୍ତି । ଭିଡିଓ କନଫରେନ୍ସିଂ ଜରିଆରେ ନବୀନ ନିବାସରୁ ମୁଖ୍ୟମନ୍ତ୍ରୀ ଶୋକ ପ୍ରସ୍ତାବ ଆଗତ କରିଛନ୍ତି ।
ଅନ୍ୟପକ୍ଷରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଶୋକ ପ୍ରସ୍ତାବକୁ ସମର୍ଥନ କରିଛନ୍ତି । ଏମସ ହସ୍ପିଟାଲ ଅତିଥି ଭବନରୁ ଭିସିରେ ଯୋଡ଼ି ହୋଇଛନ୍ତି ଶ୍ରୀ ନାଏକ ।
ପ୍ରକାଶ ଯେ, ୯ ତାରିଖ ପର୍ୟ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନରେ ମୋଟ୍ ୮ଟି କାର୍ୟ୍ୟଦିବସ ରହିଛି। ଗୋଟିଏ ଦିନ ଅର୍ଥାତ ୩ ତାରିଖରେ ପ୍ରାଇଭେଟ୍ ମେମ୍ବର୍ସ ଦିନ ରହିଛି। ପ୍ରଥମ ଦିନରେ ୭ଟି ବିଲ୍ ଓ ଗୋଟିଏ ଅଧ୍ୟାଦେଶ ଗୃହରେ ଉପସ୍ଥାପନ ହେବ। ଏହି ଅଧିବେଶନରେ ମୋଟ୍ ୧୨ଟି ବିଲ୍ ଆସିବ।
ବିଧାନସଭା ଅଧିବେଶନର ଅବଧି କମ୍ ଥିଲେ ମଧ୍ୟ ଗୃହ ସରଗରମ ହେବା ନିଶ୍ଚିତ। ପ୍ରଥମ ଦିନରୁ ଶାସକ ଓ ବିରୋଧୀ ମୁହାଁମୁହିଁ ହେବେ ବୋଲି ଆଜି ତିନି ଦଳର ହୋଇଥିବା ବିଧାୟକ ଦଳ ବୈଠକରୁ ସଙ୍କେତ ମିଳିଛି। ବିରୋଧୀଙ୍କ ହାତରେ ମାଳ ମାଳ ପ୍ରସଙ୍ଗ ଥିଲା ବେଳେ ବିରୋଧୀଙ୍କୁ ପାଲଟା ଆକ୍ରମଣ କରିବାକୁ ବିଜେଡି ବି ପ୍ରସଙ୍ଗ ଚୟନ କରିଛି।
Powered by Froala Editor