ପଞ୍ଚାୟତିରାଜ ସଂସ୍ଥା ଗୁଡ଼ିକ ଲାଗି କେନ୍ଦ୍ର ସରକାରଙ୍କ ୫୦୦ କୋଟିର ଅନୁଦାନ

ଭୁବନେଶ୍ୱର: ରାଜ୍ୟର ପଞ୍ଚାୟତିରାଜ ସଂସ୍ଥା ଗୁଡ଼ିକ ଲାଗି କେନ୍ଦ୍ର ସରକାର ପ୍ରଥମ କିସ୍ତି ରାଶି ଭାବେ ୫୦୦.୭ କୋଟି ଟଙ୍କା ଜାରି କରିଛନ୍ତି । ପଞ୍ଚଦଶ ଅର୍ଥ ଆୟୋଗଙ୍କ ସୁପାରିସ କ୍ରମେ ଏହି ଅନୁଦାନ ମିଳିଛି । ଏହାକୁ ପରିମଳ ଓ ଖୋଲାରେ ମଳମୂତ୍ର ତ୍ୟାଗ ମୁକ୍ତ ବ୍ୟବସ୍ଥାର ରକ୍ଷଣାବେକ୍ଷଣ, ପାନୀୟ ଜଳ ଯୋଗାଣ, ବର୍ଷା ଜଳ ସଂରକ୍ଷଣ ଓ ଜଳ ରିସାଇକଲିଂ କାର୍ଯ୍ୟରେ ବ୍ୟବହାର କରାଯିବ । ପଞ୍ଚାୟତିରାଜ ସଂସ୍ଥା ଲାଗି ଦିଆଯାଇଥିବା ଅନୁଦାନର ୬୦% ରାଶି ହେଉଛି ଆବଧ ଅନୁଦାନ । ଅର୍ଥାତ ଯେଉଁ କାମ ପାଇଁ ସେହି ଟଙ୍କା ଆସିଛି ତାହା କେବଳ ସେହି କାର୍ଯ୍ୟରେ ବ୍ୟବହୃତ ହେବ । ବଳକା ୪୦ ପ୍ରତିଶତ ରାଶିକୁ ପଞ୍ଚାୟତିରାଜ ସଂସ୍ଥାଗୁଡ଼ିକ ଆବଶ୍ୟକ ଭାବୁଥିବା କାର୍ଯ୍ୟରେ ବ୍ୟବହାର କରିପାରିବେ । କର୍ମଚାରୀଙ୍କୁ ବଡେନ ଦେବା କାର୍ଯ୍ୟରେ ଏହି ଟଙ୍କା ବ୍ୟବହାର ହୋଇପାରିବ ନାହିଁ ।
Powered by Froala Editor