ପୁଲିସ ଇନଫର୍ମର ସନ୍ଦେହରେ ଗ୍ରାମରକ୍ଷୀଙ୍କୁ ମାରିଦେଲେ, ଛାଡିଗଲେ ଚିଠି

ନକ୍ସଲ ପୁଣି ଥରେ ବର୍ବର କାଣ୍ଡ ଘଟାଇଛନ୍ତି । ଜଣେ ଗ୍ରାମରକ୍ଷୀଙ୍କୁ ଘରୁ ଡାକି ନେଇ ଗୁଳି କରି ହତ୍ୟା କରିଛନ୍ତି । ରାୟଗଡ଼ା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ ଟିକରପଡା ଗାଁ ନିକଟରେ ତାଙ୍କୁ ହତ୍ୟା କରାଯାଇଛି । ମୃତକ ହେଲେ ସନ୍ତୋଷ ଦଣ୍ଡସେନା । ମୃତଦେହ ନିକଟରୁ ୨ଟି ହାତଲେଖା ଚିଠି ମିଳିଛି। ବାଶଧାରା- ଘୁମୁସର- ନାଗାବଳି ଡିଭିଜିନାଲ କମିଟି ପକ୍ଷରୁ ଏହି ଚିଠି ଛଡାଯାଇଛି । ଚିଠିରେ ଉଲ୍ଲେଖ ରହିଛି, ଆଗରୁ ସନ୍ତୋଷକୁ ବହୁବାର ତାଗିତ କରାଯାଇଥିଲା । ତଥାପି ସେ ଇନଫର୍ମର ସାଜିଥିଲେ । ଅଞ୍ଚଳର କିଛି ଯୁବକଙ୍କୁ ଟଙ୍କା ଲୋଭ ଦେଖାଇ ଇନଫର୍ମର ତିଆରି କରିବାରେ ମୁଖ୍ୟ ଭୂମିକା ସାଜିଥିଲେ । ଏଥିପାଇଁ ସନ୍ତୋଷଙ୍କୁ ହତ୍ୟା କରାଯାଇଛି । ଅନ୍ୟମାନେ କ୍ଷମା ନ ମାଗିଲେ, ସେମାନଙ୍କୁ ମଧ୍ୟ ସନ୍ତୋଷଙ୍କ ଭଳି ଶାସ୍ତି ଦିଆଯିବ ବୋଲି ଧମକ ଦେଇଛନ୍ତି ମାଓବଦୀ । ଖବର ପାଇ ଘଟଣାସ୍ଥଳରେ ବରିଷ୍ଠ ପୁଲିସ୍ ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
ଗତକାଲି ରାତି ପ୍ରାୟ ୧୦ଟା ବେଳେ ସଶସ୍ତ୍ର ମାଓବାଦୀମାନେ ଆସି ସନ୍ତୋଷକୁ ଘରୁ ଡାକି ନେଇଥିଲେ । ଗାଁଠାରୁ ୫୦ ମିଟର ଦୁରରେ ଗୁଳି ମାରି ହତ୍ୟା କରିଥିବା ସୂଚନା ମିଳିଛି ।
Powered by Froala Editor