ଶୋଇବା ଶଯ୍ୟା ରଖନ୍ତୁ ସଫାସୁତୁରା

ବ୍ୟସ୍ତବହୁଳ ଜୀବନରେ ମଣିଷ ଶୋଇବା ଶଯ୍ୟାରେ ତାର ଥକ୍କାପଣ ମେ ।ଇଥାଏ । ଏଥିପାଇଁ ସର୍ବଦା ଶଯ୍ୟା ସଫାସୁତୁରା ରହିବା ଆବଶ୍ୟକ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଲଣ୍ଡନର ୱେଷ୍ଟମିନିଷ୍ଟର ବିଶ୍ୱବିଦ୍ୟାଳୟ ପକ୍ଷରୁ ହୋଇଥିବା ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ ଶଯ୍ୟାରେ ଅନେକ ରୋଗସୃଷ୍ଟିକାରୀ ସୂକ୍ଷ୍ମ ଜୀବ ଥାଆନ୍ତି । ଯେପରି ମେଡିକାଲ ବେଡ ସଫାସୁତୁରା ଦେଖାଯାଉଥିଲେ ମଧ୍ୟ ଏଥିରେ ଅଧିକ ସଂଖ୍ୟକ ଷ୍ଟେଫିଲୋକୋକସ୍ ବ୍ୟାକ୍ଟେରିଆ ରହିଥାନ୍ତି ଯେଉଁଥିପାଇଁ ତ୍ୱଚା ସଂକ୍ରମଣ, ନିମୋନିଆ, ଡାଇରିଆ, ୟୁରିନ ଇନ୍ଫେକ୍ସନ, ମୋନିଜାଇଟିସ୍ ସହିତ ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ସୃଷ୍ଟି ହୋଇଥାଏ । ସେହିପରି ଘରର ଶଯ୍ୟାବି କେତେକାଂଶରେ ଅସୁରକ୍ଷିତ ହୋଇଥାଏ । କାରଣ ପ୍ରତିଦିନ ଶୋଇବା ସମୟରେ ୫୦ କୋଟିରୁ ଅଧିକ ତ୍ୱଚା କୋଷିକା ଶରୀରରୁ ଅଲଗା ହୋଇଥାଏ । ଏହି ତ୍ୱଚା କୋଷିକାକୁ ଖାଇବା ପାଇଁ ବିଭିନ୍ନ ପ୍ରକାର ସୂକ୍ଷ୍ମଜୀବ ଆକର୍ଷିତ ହୋଇ ଆସିଥାନ୍ତି । ଏହା ସହିତ ଶରୀରରୁ ନିର୍ଗତ ହେଉଥିବା ଝାଲ, ପାଟିର ଲାଳ ଓ ଖାଉଥିବା କିଛି ଖାଦ୍ୟର ଅଂଶ ଶଯ୍ୟାରେ ପଡି ଅଲର୍ଜୀ ଓ ଆଜମା ଭଳି ସମସ୍ୟା ସୃଷ୍ଟି କରିବାର ସମ୍ଭାବନା ଥାଏ ବୋଲି ଲଣ୍ଡନର ୱେଷ୍ଟମିନିଷ୍ଟର ବିଶ୍ୱବିଦ୍ୟାଳୟର ମେଡିକାଲ ମାଇକ୍ରୋବାୟୋଲୋଜିଷ୍ଟ ପ୍ରଫେସର ମନଲ୍ ମହମ୍ମଦ ସୂଚନା ଦେଇଛନ୍ତି । ତେଣୁ ସର୍ବଦା ଶୋଇବା ଶେଯ ଆଦିକୁ ଖରା ଦେବା ସହ ନିୟମିତ ବ୍ୟବଧାନରେ ଏହାର ଖୋଳ ଗୁଡିକୁ ବଦଳାଇବା ଉଚିତ୍ ।
Powered by Froala Editor