ଆଫଗାନ ୟୁଜରଙ୍କ ପାଇଁ ‘ୱାନ୍ କ୍ଲିକ୍ ଟୁଲ’ ବ୍ୟବସ୍ଥା କଲା ଫେସବୁକ୍

ତାଲିବାନ ଟାର୍ଗେଟରୁ ୟୁଜର୍ସଙ୍କୁ ବଞ୍ଚାଇବା ପାଇଁ ପଦକ୍ଷେପ ନେଇଛି ଫେସବୁକ । କେବଳ ଆଫଗାନିସ୍ତାନର ୟୁଜରମାନଙ୍କ ଲାଗି ଏହି ନିୟମ ଲାଗୁ ହେବ । ୟୁଜରମାନଙ୍କ ପରିଚୟ ଯେପରି ଲୁକ୍କାୟିତ ରହିବ ସେଥିଲାଗି ବ୍ୟବସ୍ଥା କରାଯାଇଛି ବୋଲି କହିଛନ୍ତି ଫେସବୁକର ସିକ୍ୟୁରିଟି ପଲିସି ମୁଖ୍ୟ ନାଥନିଲ ଗ୍ଲେଚର । ଆକାଉଣ୍ଟ ଗୁଡିକ ଲକ୍ କରିବା ତଥା ଫ୍ରେଣ୍ଡସ ଲିଷ୍ଟଗୁଡିକୁ ଲୁକ୍କାୟିତ କରିବା ଲାଗି ଫେସବୁକ ପଦକ୍ଷେପ ନେଇଛି ।
ୟୁଜରମାନଙ୍କ ଲାଗି ଏକ ଓ୍ବାନ କ୍ଲିକ୍ ଟୁଲ୍ ବାହାର କରାଯାଇଛି । ଏହା ଜରିଆରେ ସେମାନେ ତୁରନ୍ତ ଆକାଉଣ୍ଟ ଲକ୍ କରିପାରିବେ । ସେମାନଙ୍କ ପ୍ରୋଫାଇଲ ଲକ୍ ହୋଇଯିବା ପରେ ସେମାନଙ୍କ ଫ୍ରେଣ୍ଡ ଲିଷ୍ଟରେ ନଥିବା ଲୋକମାନେ ୟୁଜରଙ୍କ ପ୍ରୋଫାଇଲ ଫଟୋ ବା ତାଙ୍କର ଟାଇମଲାଇନକୁ ଡାଉନଲୋଡ ବା ସେୟାର କରିପାରିବେ ନାହିଁ । ଏହାସହ ଫ୍ରେଣ୍ଡ ଲିଷ୍ଟର ଭିଉ ଓ ସର୍ଚ୍ଚ ଅପସନକୁ ମଧ୍ୟ ସ୍ଥଗିତ କରିଦିଆଯାଇଛି ବୋଲି ସେ କହିଛନ୍ତି ।
ବିଭିନ୍ନ ସାମାଜିକ ସଂଗଠନ, ସାମ୍ବାଦିକଙ୍କ ପରାମର୍ଶ କ୍ରମେ ଏହି ପଦକ୍ଷେପ ନେଇଛି ଫେସବୁକ । ଆକାଉଣ୍ଟ ଗୁଡିକର ସୁରକ୍ଷା ଫେସବୁକର ପ୍ରାଥମିକ କର୍ତ୍ତବ୍ୟ । ଏହା ସହ ବିଭିନ୍ନ ନିରାପତ୍ତା ସଂକ୍ରାନ୍ତ ପରାମର୍ଶ ଅନଲାଇନରେ ୟୁଜରମାନଙ୍କ ନିକଟକୁ ପଠାଯିବ ବୋଲି ସେ କହିଛନ୍ତି ।
ସୂଚନା ଯେ, ତାଲିବାନ କ୍ଷମତା ନେବା ପରଠାରୁ ଲୋକମାନେ ସେମାନଙ୍କ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ତଥ୍ୟ, ଫଟୋ ଆଦି ଫେସବୁକରୁ ଡିଲିଟ କରିଦେଉଛନ୍ତି । ଏହାସହ ପାଶ୍ଚାତ୍ୟ ରାଷ୍ଟ୍ର, ଆଫଗାନ ସରକାର ଓ ଆଫଗାନ ସାମରିକ ବିଭାଗ ସହ ଲିଙ୍କରେ ଥିବା ୟୁଜରମାନେ ମଧ୍ୟ ସମସ୍ତ ଆନୁଷଙ୍ଗିକ ତଥ୍ୟ ମଧ୍ୟ ଫେସବୁକ ଓ ଅନ୍ୟାନ୍ୟ ସୋସିଆଲ ମଡିଆ ତଥା ଫୋନରୁ ଡିଲିଟ କରୁଛନ୍ତି ।
Powered by Froala Editor