ମାଲକାନାଗିରିରେ ମାଓ ବିରୋଧୀ ପୋଷ୍ଟର

ମାଲକାନାଗିରି: ମାଲକାନାଗିରି ଜିଲ୍ଳାର ସ୍ୱାଭିମାନ ଅଞ୍ଚଳ ସହ ଛତିଶଗଡ ସୀମାକୁ ଲାଗି ରହିଥିବା ମହୁପଦର, କମାରପାଲୀ, ବୁରୁଦି, ସପ୍ତଧାରା ଆଦି ସ୍ଥାନରେ ମାଓ ବିରୋଧି ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି । ଏହା ସହିତ ଆଦିବାସୀ ମାନଙ୍କୁ ମାଓ ସଙ୍ଗଠନ ଶୋଷଣ ଓ ହତ୍ୟା କରୁଥିବା ଆଦିବାସୀ ଅଧିକାର ମଞ୍ଚ ଅଭିଯୋଗ ଆଣିଛି। ଏଥିସହ ଓଡିଆ ଆଦିବାସୀଙ୍କୁ ମାଓବାଦୀମାନେ ନିର୍ଯାତନା ଦେଉଥିବା ଓ ସ୍ୱାଭିମାନ ଅଞ୍ଚଳରେ ହେଉଥିବା ସମସ୍ତ ଉନୟନମୂଳକ କାର୍ଯ୍ୟକୁ ନକ୍ସଲମାନେ ବିରୋଧ କରୁଥିବା ଅଭିଯୋଗ ହୋଇଛି । ଲଗାଯାଇଥିବା ପୋଷ୍ଟରରେ ମାଓବାଦୀରେ ସାମିଲ ହୋଇଥିବା ଓଡିଆ ମାନେ ସଂଗଠନ ଛାଡି ତୁରନ୍ତ ମୁଖ୍ୟ ସ୍ରୋତରେ ସାମିଲ ହେବାକୁ କୁହାଯାଇଛି ।
Powered by Froala Editor