ବିଜେପିର ଜନ ଆଶୀର୍ବାଦ ଯାତ୍ରା, ୧୧୫ଟି ସ୍ଥାନରେ ହେବ କାର୍ଯ୍ୟକ୍ରମ
ଆଜିଠାରୁ ୨୨ ତାରିଖ ପର୍ଯ୍ୟନ୍ତ ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ରହିଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କଟକ ଓ ଖୋର୍ଦ୍ଧା ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମ ରହିଛି । ସେପଟେ ସଂଧ୍ୟାରେ ଟ୍ରେନ ଯୋଗେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରାୟଗଡ଼ା ଗସ୍ତରେ ଯିବେ । ୨୦ ତାରିଖରେ କୋରାପୁଟରେ ରହଣୀ, ୨୧ ତାରିଖରେ ଜୟପୁର କାର୍ଯ୍ୟକ୍ରମ ସହ ନବରଙ୍ଗପୁର, କେସିଙ୍ଗା, ଟିଟିଲାଗଡ଼, କଣ୍ଟାବାଞ୍ଝି, ପାଟଣାଗଡ଼ ଦେଇ ବଲାଙ୍ଗିର ଯିବେ । ୨୨ ତାରିଖରେ ମନ୍ତ୍ରୀଙ୍କ ବଲାଙ୍ଗିର ଗସ୍ତ କାର୍ଯ୍ୟକ୍ରମ ରହିଛି ।
ଉଭୟ ମନ୍ତ୍ରୀ ୪୧୯ କିଲୋମିଟର ଯାତ୍ରା କରି ୧୧୫ଟି ସ୍ଥାନରେ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହେବେ । ୭ ଜିଲ୍ଲାର ୬ଟି ଲୋକସଭା ନିର୍ବାଚନମଣ୍ଡଳୀ ବୁଲିବେ ଦୁଇ କେନ୍ଦ୍ରମନ୍ତ୍ରୀ । ବିଜେପିର ଏହି ଜନ ଆଶୀର୍ବାଦ ଯାତ୍ରାରେ କେନ୍ଦ୍ର ସରକାରଙ୍କ ୩୧ ନୂଆ ମନ୍ତ୍ରୀ ସାମିଲ ହୋଇଛନ୍ତି । ମୋଟ ୧୪୨ ଦିନର ହେବ ଏହି ଜନ ଆଶୀର୍ବାଦ ଯାତ୍ରା ।
Powered by Froala Editor