ଏବର୍ଷ ଏହି ସମୟରେ ବାନ୍ଧନ୍ତୁ ରାକ୍ଷୀ
ରାକ୍ଷୀ ହେଉଛି ଭାଈ ଓ ଭଉଣୀଙ୍କୁ ଗୋଟିଏ ଡୋରୀରେୀ ବାନ୍ଧି ରଖୁଥିବା ପବିତ୍ର ଡୋର । ହିନ୍ଦୁ ଧର୍ମରେ ରାକ୍ଷା ବନ୍ଧନକୁ ବଡ ଧୁମଧାମରେ ପାଳନ କରାଯାଏ । ଏହି ଦିନ ଭଉଣି ଭାଈ ହାତରେ ରାକ୍ଷୀ ବାନ୍ଧି ଭାଈ ପାଇଁ ମଙ୍ଗଳ କାମନା କରିଥାଏ । ଏହା ଭାଈ ଓ ଭଉଣୀଙ୍କ ମଧ୍ୟରେ ଥିବା ପବିତ୍ର ପ୍ରେମକୁ ଦର୍ଶାଇ ଥାଏ । ଏହା ଏ ବର୍ଷ ଅଗଷ୍ଟ ୨୨ତାରିଖରେ ଅର୍ଥାତ ରବିବାର ଦିନ ପଡିଛି । ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ରାକ୍ଷୀ ବାନ୍ଧିବା ପାଇଁ ଏକ ନିର୍ଦ୍ଧିଷ୍ଟ ସମୟ ରହିଛି । ଏହି ସମୟରେ ରାକ୍ଷୀ ବାନ୍ଧିବା ଦ୍ୱାରା ଉଭୟ ଭାଈ ଓ ଭଉଣୀଙ୍କୁ ଶୁଭଫଳ ମିଳିଥାଏ । ଗଣନା ଅନୁସାରେ ରାକ୍ଷୀ ପୂର୍ଣ୍ଣିମା ଦିନ ସକାଳ ୬.୧୫ ମିନିଟ୍ ରୁ ୧୦.୩୪ ମିନିଟ୍ ପର୍ଯ୍ୟନ୍ତ ରାକ୍ଷୀ ବାନ୍ଧିବା ପାଇଁ ଶୁଭଯୋଗ ରହିଛି । ଏହା ସହିତ ଘନିଷ୍ଠ ଯୋଗ ସନ୍ଧ୍ୟା ୭.୪୦ ମିନିଟ୍ ପର୍ଯ୍ୟନ୍ତ ରହିବ । ସେହିପରି ଦ୍ୱିପ୍ରହର ସମୟରେ ୧.୪୪ ମିନିଟ୍ ରୁ ୪.୨୩ ମିନିଟ୍ ପର୍ଯ୍ୟନ୍ତ ରହିଛି ଓ ରକ୍ଷା ବନ୍ଧନର ଭଦ୍ରା ପୁଛ ୨.୧୯ମିନିଟ୍ ରୁ ୩.୨୭ ମିନିଟ ପର୍ଯ୍ୟନ୍ତ ରହିଥିବା ବେଳେ ରକ୍ଷା ବନ୍ଧନର ଭଦ୍ରାମୁଖ ୩.୨୭ ମିନିଟ୍ ରୁ ୫.୧୯ ମିନିଟ୍ ପର୍ଯ୍ୟନ୍ତ ରହିଛି ।
Powered by Froala Editor