ଡେବ୍ୟୁ କରିବେ କିଙ୍ଗ୍ ଖାନ୍ଙ୍କ ଝିଅ ସୁହାନା

ବଲିଉଡରେ ଡେବ୍ୟୁ କରିବେ କିଙ୍ଗ ଖାନଙ୍କ ଝିଅ ସୁହାନା । ସୁହାନା ଖାନ ଜୋୟା ଅଖତରଙ୍କ ଫିଲ୍ମରୁ ତାଙ୍କ ଆକ୍ଟିଙ୍ଗ କ୍ୟାରିୟର୍ ଆରମ୍ଭ କରିବାକୁ ଯାଉଛନ୍ତି। ଏନେଇ କିଙ୍ଗ ଖାନ କହିଛନ୍ତି, ତାଙ୍କ ପୁଅ ଅଭିନୟ କରିବାକୁ ଆଗ୍ରହୀ ନୁହଁନ୍ତି କିନ୍ତୁ ଝିଅ ସୁହାନା ବଲିଉଡରେ ଅଭିନେତ୍ରୀ ଭାବରେ କାମ କରିବାକୁ ଚାହୁଁଛନ୍ତି। ଜାଭେଦ ଅଖତରଙ୍କ ଝିଅ ଜୋୟା ଅଖତର ସୁହାନା ଖାନଙ୍କୁ ଲଞ୍ଚ କରୁଛନ୍ତି। କୁହାଯାଉଛି ଯେ ଜୋୟା ସୁହାନାଙ୍କ ସହ ଆଉ ଦୁଇଜଣଙ୍କୁ ମଧ୍ୟ ଲଞ୍ଚ କରୁଛନ୍ତି।
ଜୋୟା ଅଖତର ଇଣ୍ଟରନ୍ୟାସ୍ନାଲ୍ କମିଙ୍ଗ ବୁକ୍ ଆର୍ଚିର ଇଣ୍ଡିଆ ଆଡପ୍ଟେସନ୍ ତିଆରି ପାଇଁ କାର୍ଯ୍ୟ କରୁଛନ୍ତି। କାହାଣୀଟି ଲୋକପ୍ରିୟ ଆର୍କି କମିକ୍ସ ଉପରେ ଆଧାରିତ । ଏହା ନେଟଫ୍ଲିକ୍ସ ପାଇଁ ହେବ । ଏହା ଏକ ଟିନେଜ୍ ଷ୍ଟୋରୀ, ତେଣୁ ଏଥିରେ ଅନେକ ଯୁବ କଳାକାର ସାଙ୍ଗମାନଙ୍କ ଭୂମିକାରେ ରହିବେ । ପ୍ରୋଜେକ୍ଟର କାଷ୍ଟିଂ ବର୍ତ୍ତମାନ ଚାଲିଛି। ଜୋୟା ସେଣ୍ଟ୍ରାଲ୍ କ୍ୟାରେକ୍ଟର ପାଇଁ ସୁହାନାଙ୍କୁ ବାଛିଛନ୍ତି ।
Powered by Froala Editor