ସେପ୍ଟେମ୍ବର ୩୦ ସୁଦ୍ଧା ୬୩ ହଜାର ଶିକ୍ଷକଙ୍କୁ ପଦୋନ୍ନତି

ଭୁବନେଶ୍ୱର: ଆଗାମୀ ସେପ୍ଟେମ୍ବର ୩୦ ସୁଦ୍ଧା ୬୩ ହଜାର ପ୍ରାଥମିକ ଶିକ୍ଷକଙ୍କୁ ପଦୋନ୍ନତି ଦିଆଯିବ । ଏଥିପାଇଁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ପଦନ୍ନୋତି ଖସଡ଼ା ପ୍ରସ୍ତୁତ କରିବେ । ସେହିଭଳି ସେପ୍ଟେମ୍ବର ୧ରେ ମାଧ୍ୟମିକ ଶିକ୍ଷା ଚାକିରିରେ ନିଯୁକ୍ତି ପାଇଁ ଓଏସ୍ଏସ୍ଟିଇଟି ପରୀକ୍ଷା ହେବ । ଏହାର ସୁପରିଚାଳନା ଠିକ୍ରେ କରିବାକୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ ।
ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ସାହୁଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଶିକ୍ଷା ଅଧିକାରୀ, ସମଗ୍ର ଶିକ୍ଷାର ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ସଚିବ ଶ୍ରୀ ସାହୁ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ସମସ୍ତ ଆଦର୍ଶ ବିଦ୍ୟାଳୟ ପାଇଁ ଜମି ମିଳିଛି । ଯୁଦ୍ଧକାଳୀନ ଭିତ୍ତିରେ କାମ ଆଗେଇ ଚାଲିଛି । ଡିଇଓମାନେ ସଂପୃକ୍ତ ଜିଲ୍ଲାରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସମସ୍ୟା ଗୁଡ଼ିକୁ ତଦାରଖ କରିବେ । ବିଭାଗର ନିର୍ଦ୍ଦେଶକୁ କାର୍ୟ୍ୟକାରୀ କରାଇବେ । ଆଗାମୀ ବର୍ଷଠାରୁ ଯେପରି ଆଦର୍ଶ ବିଦ୍ୟାଳୟରେ ଶତପ୍ରତିଶତ ପିଲା ପାସ୍ ହେବେ ସେଥିପାଇଁ ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
Powered by Froala Editor