କାବୁଲରେ ଭାରତୀୟ ଦୂତାବାସ ବନ୍ଦ, ସ୍ୱଦେଶ ଫେରୁଛନ୍ତି ୧୩୦ ଅଧିକାରୀ
ଆଫଗାନିସ୍ତାନ ଏବେ ତାଲିବାନ ଅଧୀନରେ । ରାଷ୍ଟ୍ରପତି ମଧ୍ୟ ଦେଶ ଛାଡି ପଳାଇଳେଣି । ଏଭଳିସ୍ଥିତିରେ ସେଠାକାର ଲୋକଙ୍କ ଅବସ୍ଥା ଖୁବ୍ ଶୋଚନୀୟ ହୋଇପଡିଛି । ସେଠାରେ ଥିବା ଲୋକେ କଳେବଳେ କୌଶଳେ ଦେଶ ଛାଡି ପଳାଇ ଆସିବାକୁ ଉଦ୍ୟମ କରୁଛନ୍ତି । ଭାରତୀୟଙ୍କୁ ଆଣିବାକୁ ସମସ୍ତ ଚେଷ୍ଟା ଚାଲିଛି । ପରିସ୍ଥିତିକୁ ନଜରରେ ରଖି ମଙ୍ଗଳବାର ଭାରତ ସରକାର କାବୁଲରେ ଥିବା ଦୂତାବାସ ବନ୍ଦ କରିଦେଇଛନ୍ତି । ଦୂତାବସକୁ ବନ୍ଦ କରିବା ସହ ଅଧିକାରୀମାନଙ୍କୁ ଭାରତ ଫେରାଇ ଆଣିବା ପାଇଁ ସମସ୍ତ ଚେଷ୍ଟା ଚାଲିଛି । ଆମେରିକା ସୈନିକଙ୍କ ସୁରକ୍ଷା ମଧ୍ୟରେ ଭାରତୀୟ ଏୟାରଫୋର୍ସର ଗ୍ଲୋବମାଷ୍ଟର ୧୩୦ରୁ ଊର୍ଦ୍ଧ୍ୱ ଭାରତୀୟଙ୍କୁ ନେଇ ସ୍ୱଦେଶ ଅଭିମୁଖେ ଯାତ୍ରା ଆରମ୍ଭ କରିଦେଇଛି । ବିମାନଟି ଜାମନଗରରେ ପଂହଚିବ ଏବଂ ପରେ ଗାଜିଆବାଦ ଯିବ ।
ଭାରତୀୟ ବର୍ହିବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କର ଆମେରିକା ପ୍ରତିପକ୍ଷ ଆଂଟୋନି ବ୍ଲିଙ୍କେନଙ୍କ ସହ ଆଲୋଚନା କରି ଭାରତୀୟଙ୍କ ସୁରକ୍ଷା ନିଶ୍ଚିତ କରିଥିଲେ । ପୂର୍ବରୁ ଏଠାରେ ଫସିଥିବା ଭାରତୀୟଙ୍କ ପାଇଁ ଗୃହ ମନ୍ତ୍ରଣାଳୟ ଜରୁରୀକାଳୀନ ନମ୍ବର ଏବଂ ଏମରଜେନ୍ସି ଭିଜାର ବ୍ୟବସ୍ଥା କରାଯାଇଛି । କାବୁଲ ସ୍ଥିତି ସଙ୍ଗୀତ ଥିବା ଦେଖି ଭାରତ ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି ।
Powered by Froala Editor