ରାଜ୍ୟରେ ୭୨୦ ନୂଆ କରୋନା ପଜିଟିଭ ଚିହ୍ନଟ

ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ହାର କମିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୭୨୦ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୪୨୧ ଜଣ ଓ ସ୍ଥାନୀୟ ସଂକ୍ରମଣ ୨୯୯ ଜଣ ରହିଛନ୍ତି । ସୂଚନା ଓ ଲୋକସମ୍ପର୍କ ବିଭାଗର ରିପୋର୍ଟ ଅନୁସାରେ ଅନୁଗୁଳରୁ ୧୫ଜଣ, ବାଲେଶ୍ୱରରୁ ୧୯, ବରଗଡରୁ ୨, ଭଦ୍ରକରୁ ୨୨, ବଲାଙ୍ଗିରରୁ ୪, ବୌଦ୍ଧରୁ ୧, କଟକରୁ ୯୧, ଦେବଗରୁ ୫, ଢେଙ୍କାନାଳରୁ ୧୫, ଗଞ୍ଜାମରୁ ୫, ଜଗତସିଂହପୁରରୁ ୩୩, ଯାଜପୁରରୁ ୨୮, ଝାରସୁଗୁଡାରୁ ୩, କଳାହାଣ୍ଡିରୁ ୫, କନ୍ଧମାଳରୁ ୯, କେନ୍ଦ୍ରାପଡାରୁ ୧୨, କେନ୍ଦୁଝରରୁ ୧୧, ଖୋର୍ଦ୍ଧାରୁ ୨୭୯, କୋରାପୁଟରୁ ୩, ମାଲକାନାଗିରିରୁ ୪, ମୟୂରଭଞ୍ଜରୁ ୨୯, ନବରଙ୍ଗପୁରରୁ ୧, ନୟାଗଡରୁ ୧୮, ନୂଆପଡାରୁ ୨, ପୁରୀରୁ ୧୬, ରାୟଗଡାରୁ ୮, ସମ୍ବଲପୁରରୁ ୬, ସୋନପୁରରୁ ୩, ସୁନ୍ଦରଗଡରୁ ୧୧ ଓ ଜାଜ୍ୟପଲରୁ ୬୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
Powered by Froala Editor