କୋଟିଆରେ ଆନ୍ଧ୍ର ବିଧାୟକଙ୍କ କାର୍ୟ୍ୟକ୍ରମକୁ ବିରୋଧ
କୋରାପୁଟ: କୋଟିଆରେ ହେବାକୁ ଥିବା ଆନ୍ଧ୍ର ବିଧାୟକଙ୍କ କାର୍ୟ୍ୟକ୍ରମକୁ ବିରୋଧ କରାଯାଇଛି । ଏହାସହ ସେଠାରେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ବଢାଇ ଦିଆଯାଇଛି । କୋରାପୁଟ ଜିଲ୍ଲାର କୋଟିଆ ପଞ୍ଚାୟତ ଅନ୍ତର୍ଗତ ଫାଟୁସିନେରୀ ଠାରେ ଆଜି ଆନ୍ଧ୍ରର ସାଲୁର ବିଧାୟକ ରାଜନ ଦୋରା ବିଭିନ୍ନ କାର୍ୟ୍ୟକ୍ରମର ଆୟୋଜନ କରିଥିଲେ । ଏଥିରେ ପାର୍ବତିପୁରମ ଆଇଟିଡିଏର ପ୍ରକଳ୍ପ ଅଧିକାରୀ ଓ ଅନ୍ୟାନ୍ୟ ଅଧିକାରୀ ଯୋଗ ଦେବାର କାର୍ୟ୍ୟକ୍ରମ ଥିଲା । କିନ୍ତୁ ଏହି କାର୍ୟ୍ୟକ୍ରମସ୍ଥଳୀକୁ ଆନ୍ଧ୍ରପ୍ରଦେଶର କୌଣସି ବ୍ୟକ୍ତିଙ୍କୁ ପ୍ରବେଶ କରିବାକୁ ଦେଇନାହିଁ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ।
ଫାଟୁସିନେରୀ ଓ ଆନ୍ଧ୍ରପ୍ରଦେଶର ନନ୍ଦା ଗାଁ ମଧ୍ୟରେ ଥିବା ରାସ୍ତାକୁ ପୋଲିସ ଦ୍ୱାରା ବ୍ୟାରିକେଡ ଯୋଗେ ଅବରୋଧ କରାଯାଇଥିଲା । ବ୍ୟାରିକେଡ ଲଗାଯାଇଥିବା ସ୍ଥାନରେ ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ, ଅନ୍ୟାନ୍ୟ ରାଜନୈତିକ ନେତୃବୃନ୍ଦଙ୍କ ସହ କୋଟିଆ ସଂଗଠନର ସଦସ୍ୟ ଉପସ୍ଥିତ ରହି ସ୍ଥିତିର ତଦାରଖ କରିଥିଲେ ।
Powered by Froala Editor