ସୈନିକଙ୍କ ସହ ଜାତୀୟ ସଙ୍ଗୀତ ଗାଇଲେ ୫ ବର୍ଷର କୁନି ଝିଅ, ଭିଡିଓ ଭାଇରାଲ
ଜାତୀୟ ସଙ୍ଗୀତ ଗାନ ବେଳେ ମନ ପୁଲ୍ଲକିତ ହୋଇ ଉଠେ । ଆପେ ଆପେ ଦେଶଭକ୍ତି ହୃଦୟରୁ ଝରିଯାଏ । ହେଲେ ଏହି ଛୋଟ ଝିଅଟିର ଜାତୀୟ ସଙ୍ଗୀତ ଶୁଣିଲେ ଆପଣଙ୍କର ମନ ଖୁସିରେ ଝୁମିଯିବ । ମାତ୍ର ୫ ବର୍ଷ ବୟସରେ ଝିଅଟି ଏଭଳି ଭାବେ ଜାତୀୟ ସଙ୍ଗୀତ ଗାନ କରି ବୀର ଯବାନଙ୍କୁ ସମ୍ବୋଧନ କରିଛନ୍ତି । ଯାହାକି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଶିଶୁଟି ଦେଶର ସୈନିଙ୍କ ସହ ଜାତୀୟ ସଂଗୀତ ଗାନ କରିଥିଲେ । ଆଉ ପିଲାଟି ମୁହଁରୁ ଜାତୀୟ ସଂଗୀତ ଶୁଣି ସମସ୍ତେ ତାଙ୍କୁ ଖୁବ ପ୍ରଶଂସା ବି କରୁଛନ୍ତି । ଜାତୀୟ ସଂଗୀତ ଗାନ କରିଥିବା ଝିଅଟି ହେଉଛି ମଣିପୁରର ଏଷ୍ଟର ହନମେଟ । ବର୍ତ୍ତମାନ ତାର ବୟସ ୫ ବର୍ଷ । ସେ ଦେଶର ସୈନିକଙ୍କ ସହ ଜନ ଗଣ ମନ ଗାଇଥିବାର ନଜର ଆସିଛନ୍ତି । ଆସାମ ରାଇଫଲ୍ସ ସହିତ ମିଳିତ ଭାବେ ଜାତୀୟ ସଙ୍ଗୀତ ଗାନ କରିଛନ୍ତି । ଏହି ଭିଡିଓ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛି ।
Powered by Froala Editor