ତିନିଦିନିଆ ଓଡ଼ିଶା ଗସ୍ତରେ ଆସିବେ ଅଶ୍ୱିନୀ ବୈଷ୍ଣବ

ଭୁବନେଶ୍ୱର : କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ତିନିଦିନିଆ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ଆପାତତଃ ସ୍ଥିର ହୋଇଛି । ଓଡ଼ିଶାରୁ ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ ହୋଇଥିବା ଶ୍ରୀ ବୈଷ୍ଣବ ରେଳ ମନ୍ତ୍ରୀ ହେବା ପରେ ଏହା ତାଙ୍କର ପ୍ରଥମ ଓଡ଼ିଶା ଗସ୍ତ ହେବ । ତେଣୁ ରେଳ ମନ୍ତ୍ରୀ ଓଡ଼ିଶା ଗସ୍ତରେ କିଛି ବଡ଼ ପ୍ରକଳ୍ପ ନେଇ ଘୋଷଣା କରିପାରନ୍ତି ବୋଲି ଆଶା କରାଯାଉଛି । ମିଳିଥିବା ସୂଚନା ଅନୁଯାୟୀ, ଅଗଷ୍ଟ ୧୬ରେ ରେଳ ମନ୍ତ୍ରୀ ଶ୍ରୀ ବୈଷ୍ଣବ ବିମାନରେ ନୂଆଦିଲ୍ଲୀରୁ ଭୁବନେଶ୍ୱର ଆସିବେ । ଏହାପରେ ପୁରୀ ଗସ୍ତରେ ଯିବେ । ସେଠାରୁ ସଂଧ୍ୟାରେ ଭୁବନେଶ୍ୱର ଫେରିବା ପରେ ହୀରାଖଣ୍ଡ ଏକ୍ସପ୍ରେସରେ ରାୟଗଡ଼ା ଅଭିମୁଖେ ଯିବେ । ୧୭ ଓ ୧୮ ତାରିଖେମର ରାୟଗଡ଼ା, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ବଲାଙ୍ଗୀର, ବରଗଡ଼ରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ । ୧୮ତାରିଖ ରାତିରେ ବରଗଡ଼ରୁ ରାୟପୁର ଅଭିମୁଖେ ଯିବେ । ୧୯ତାରିଖରେ ରାୟପୁରରୁ ଦିଲ୍ଲୀ ଅଭିମୁଖେ ଯିବେ । ହେଲେ ରେଳ ମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ନେଇ ରେଳ ମନ୍ତ୍ରଣାଳୟ ପକ୍ଷରୁ ପୂର୍ବତଟ ରେଳପଥକୁ କୌଣସି ସୂଚନା ଦିଆଯାଇନି । ଏପରିକି ରେଳ ମନ୍ତ୍ରୀଙ୍କ ଗସ୍ତସୂଚୀରେ କିଛି ପରିବର୍ତ୍ତନ ହୋଇପାରେ ବୋଲି କୁହାଯାଇଛି ।
Powered by Froala Editor