୧୦୦ ଜଣ ସଫଳ ପୁଲିସ୍ କର୍ମଚାରୀଙ୍କୁ ମିଳିବ ଡିଜିପି ପଦକ
କଟକ: ଓଡ଼ିଶା ପୁଲିସ୍ ବାହିନୀରେ ଉଲ୍ଲେଖନୀୟ କାର୍ୟ୍ୟ କରିଥିବା ୩ ଜଣ ଆଇପିଏସ୍ ଅଫିସରଙ୍କ ସହ ମୋଟ ୧୦୦ ଜଣ ସଫଳ ପୁଲିସ୍ କର୍ମଚାରୀଙ୍କୁ ଡିଜିପି ପଦକ ମିଳିବ । ସ୍ୱାଧୀନତା ଦିବସରେ ଆୟୋଜିତ ସ୍ୱତନ୍ତ୍ର କାର୍ୟ୍ୟକ୍ରମରେ ସଫଳ ପୁଲିସ୍ ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ଏହି ସମ୍ମାନ ପଦକ ମିଳିବ । ସଫଳ ଅଧିକାରୀଙ୍କ ମଧ୍ୟରେ ଆଇପିଏସ୍ ଅଫିସର ତଥା ସେଣ୍ଟ୍ରାଲ୍ ରେଞ୍ଜ ଆଇଜି ନରସିଂହ ଭୋଳ, ବଲାଙ୍ଗୀର ଏସ୍ପି କୁଶଲକର ନିତିନ୍ ଡଗଡୁ ଓ କଳାହାଣ୍ଡି ଏସ୍ପି ଶ୍ରବଣ ବିବେକ ଡିଜିପି ପଦକ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ।
ସେହିପରି ଏଆଇଜି ଅନିଲ୍ ପାତ୍ର, କମାଣ୍ଡାଣ୍ଟ ଦୁର୍ବାସା ନାୟକଙ୍କ ସମେତ ଜଣେ ଅତିରିକ୍ତ ଏସ୍ପି, ୨ ଡେପୁଟି କମାଣ୍ଡାଣ୍ଟ, ୧୧ ଡିଏସ୍ପି, ୨ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ, ୧୧ ଇନ୍ସପେକ୍ଟର, ୨ ସୁବେଦାର, ୧୧ ସବ୍ଇନ୍ସପେକ୍ଟର, ଜଣେ ଡେପୁଟି ସୁବେଦାର, ୬ ଏଏସ୍ଆଇ, ୯ ହାବିଲଦାର, ୨୪ କନଷ୍ଟେବଲ୍, ୨ ସିପାହୀ, ୨ କମାଣ୍ଡୋ, ଜଣେ ଡ୍ରାଇଭର ଏବଂ ୧୦ ଜଣ ଓଏପିଏଫ୍ ଯବାନ ଡିଜିପି ପଦକ ପାଇବେ ବୋଲି ପୁଲିସ୍ ମୁଖ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।
Powered by Froala Editor