ରାଜ୍ୟରେ ଆଉ ୧୧୦୭ ଜଣ ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍। ଗତ ୨୪ ଘଣ୍ଟା ମଧ୍ୟରେ ୧୧୦୭ ଆକ୍ରାନ୍ତ ବାହାରିଛନ୍ତି । ଅନ୍ୟପଟେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୬୪୬ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୪୬୧ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୯୧ ହଜାର ୧୮୨ ଜଣକୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି।
ଚିହ୍ନଟ ଆକ୍ରାନ୍ତ ମଧ୍ୟରୁ ଖୋର୍ଦ୍ଧାରୁ ୩୯୭ ଜଣ, କଟକରୁ ୧୩୦ ଜଣ, ବାଲେଶ୍ବରରୁ ୬୬ ଜଣ, ଜଗତସିଂହପୁରରୁ ୫୩ ଜଣ, ଯାଜପୁରରୁ ୫୨ ଜଣ, କେନ୍ଦ୍ରାପଡ଼ାରୁ ୪୨ ଜଣ, ମୟୂରଭଞ୍ଜରୁ ୪୦ ଜଣ, ଭଦ୍ରକରୁ ୩୬ ଜଣ, ନୟାଗଡ଼ରୁ ୨୯ ଜଣ, ପୁରୀରୁ ୨୮ ଜଣ,ଅନୁଗୁଳରୁ ୨୪ ଜଣ, ସମ୍ବଲପୁରରୁ ୨୦ ଜଣ,କେନ୍ଦୁଝରରୁ ୧୮ ଜଣ, ସୁନ୍ଦରଗଡ଼ରୁ ୧୭ ଜଣ,ମାଲକାନଗିରିରୁ ୧୦ ଜଣ, ଝାରସୁଗୁଡ଼ାରୁ ୯ ଜଣ, କଳାହାଣ୍ଡି ଓ କନ୍ଧମାଳରୁ ୭ ଜଣ ଲେଖାଏଁ, ଗଞ୍ଜାମ ଓ ସୋନପୁର ଜିଲ୍ଲାରୁ ୪ ଜଣ ଲେଖାଏଁ,ବରଗଡ଼ ଓ ରାୟଗଡ଼ା ୫ ଜଣ ଲେଖାଏଁ, ବଲାଙ୍ଗୀର ଓ ଦେରଗଡ଼ରୁ ୩ ଜଣ ଲେଖାଏଁ, ଗଜପତି ,କୋରାପୁଟ,ନବରଙ୍ଗପୁର ଓ ନୂଆପଡ଼ା ଜଣେ ଲେଖାଏଁ ଏବଂ ଷ୍ଟେ୍ଟ୍ ପୋଲ୍ରୁ ୮୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯ ଲକ୍ଷ ୯୧ ହଜାର ୧୮୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥି ମଧ୍ୟରୁ ୧୦ ହଜାର ୮୫୩ ଜଣ ଆକ୍ଟିଭ୍ କେସ୍ ରହିଥିବା ବେଳେ ୯ ଲକ୍ଷ ୭୩ ହଜାର ୫୭୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
Powered by Froala Editor