ଏମିତି କରନ୍ତୁ କଳା ପଡିବନି କଦଳୀ
କଦଳୀ ଏକ ସ୍ୱାଦିଷ୍ଟ ଫଳ । ଏଥିରେ ଭରପୂର ପରିମାଣରେ କ୍ୟାଲସିୟମ ଥିବାରୁ ଏହା ଶରୀର ପାଇଁ ଅତ୍ୟନ୍ତ ହିତକାରୀ ହୋଇଥାଏ । ଲୋକେ ବଜାରରୁ ଫଳ ପରିବା କିଣିବା ବେଳେ ଡର୍ଜେନ କଦଳୀ କଣି ଆଣିଥାନ୍ତି । କିନ୍ତୁ ଏହା ଶୀଘ୍ର ନଷ୍ଟ ହୋଇଯାଏ । ସେଥିପାଇଁ ଲୋକେ ଦର ପାଚିଲା କଦଳୀ ବଜାରରୁ କିଣିଥାନ୍ତି କିନ୍ତୁ ଏହା ପାଟିକୁ ସୁଆଦିଆ ଲାଗିନଥାଏ । ତେବେ ଏମିତି କିଛି ସହଜ ଉପାୟ ଅଛି ଯାହାଦ୍ୱାରା ଆପଣ ପାଚିଲା କଦଳୀକୁ ସପ୍ତାହେ ପର୍ଯ୍ୟନ୍ତ ରଖିପାରିବେ ।
-କଦଳୀକୁ ଘରେ ଟାଙ୍ଗି ରଖନ୍ତୁ ଏହା ଦ୍ୱାରା କଦଳୀ ଶୀଘ୍ର ଖରାପ ଚହେବ ନାହିଁ ।
- କଦଳୀକୁ ଅଧିକ ଦିନ ଯାଏ ଫ୍ରେସ୍ ରଖିବା ପାଇଁ ତା ଉପର ଡେମ୍ଫକୁ ପେପରରେ କିମ୍ବା ପ୍ଲାଷ୍ଟିକରେ ଗୁଡାଇ ରଖନ୍ତୁ ।
-କଦଳୀକୁ କେବେବି ଫ୍ରିଜରେ ଓ ଜରି ଭିତରେ ରଖନ୍ତୁ ନାହିଁ, ସର୍ବଦା ରୁମ ତାପମାତ୍ରାରେ ରଖନ୍ତୁ ।
-କଦଳୀକୁ ଫ୍ରେସ ରଖିବା ପାଇଁ ଭିଟାମିନ୍ ସି ଟାବ୍ଲେଟକୁ ପାଣିରେ ମିଶାଇ ସେଥିରେ କଦଳୀକୁ ଭିଜାଇ ରଖନ୍ତୁ । ଏହାଦ୍ୱାରା କଦଳୀ ସଢିବ ନାହିଁ ।
Powered by Froala Editor