ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ବ୍ରୋକଲି
ବଜାରରେ ଅନେକ ପ୍ରକାରର ପନିପରିବା ଏବଂ ଫଳ ମିଳିଥାଏ । କିନ୍ତୁ ଫୁଲକୋବି ପରି ଦେଖାଯାଉଥିବା ବ୍ରୋକୋଲିର ନାମ ଖୁବ୍ ଲୋକ ଶୁଣିଥାନ୍ତି। କାରଣ ଏହାକୁ ଖୁବ କମ୍ ଲୋକ ଖାଦ୍ୟରେ ସାମିଲ କରିଥାନ୍ତି। ବ୍ରୋକୋଲି ଅନେକ ପୋଷକ ତତ୍ତ୍ୱରେ ପରିପୂର୍ଣ୍ଣ ଏବଂ ଏହାକୁ ଖାଇବା ଦ୍ୱାରା ଶରୀର ଅନେକ ଲାଭ ମିଳିଥା,। ତେବେ ଆସନ୍ତୁ ଜାଣିବା ବ୍ରୋକୋଲି ଖାଇବାର ଉପକାରିତା ବିଷୟରେ ।
ହାଡ ଏବଂ ଦାନ୍ତ ପାଇଁ :
ବ୍ରୋକୋଲିର ସେବନ କରିବା ଦ୍ବାରା ହାଡ ଏବଂ ଦାନ୍ତକୁ ମଜବୁତ ହୁଏ । ଏଥିରେ ଅନେକ କ୍ୟାଲସିୟମ ମିଳିଥାଏ ଯାହା ହାଡ ଏବଂ ଦାନ୍ତକୁ ମଜବୁତ କରିବାରେ ସାହାଯ୍ୟ କରିଥାଏ । ଏହା ସହିତ ବ୍ରୋକୋଲି ଖାଇବା ଦ୍ୱାରା ଦାନ୍ତକୁ ଦୁର୍ବଳ ହେବାକୁ ମଧ୍ୟ ରୋକିଥାଏ।
ହଜମକୁ ଠିକ୍ ରଖିବା ପାଇଁ :
ଆପଣଙ୍କ ସ୍ୱାସ୍ଥ୍ୟକୁ ସୁସ୍ଥ ରଖିବା ସହିତ ହଜମ ପ୍ରକ୍ରିୟାକୁ ସଠିକ୍ ଭାବରେ କାର୍ୟ୍ୟ କରିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ବ୍ରୋକୋଲିରେ ଅନେକ ଫାଇବର ଏବଂ ଭିଟାମିନ୍-ଏ ଥାଏ, ଯାହା ହଜମ ପ୍ରକ୍ରିୟାକୁ ସଠିକ୍ ଭାବରେ କାମ କରିବାରେ ସାହାଯ୍ୟ କରିଥାଏ ।
ଆଖି ପାଇଁ :
ବ୍ରୋକଲିର ବ୍ୟବହାର ଯୋଗୁଁ ଆଖିର ଆଲୋକ କେବଳ ବଢ଼ିନଥାଏ ଆଖିକୁ ଦୁର୍ବଳ ହେବାକୁ ମଧ
ଦେଇନଥାଏ। ବ୍ରୋକୋଲିରେ ପୋଷକ ତତ୍ତ୍ୱ ଯଥା ଲ୍ୟୁଟିନ୍ ଏବଂ ଜିୟାଯୌଥିନ ଥାଏ ଯାହା ଆଖିକୁ ଦୁର୍ବଳ ହେବାରୁ ରକ୍ଷା କରିଥାଏ ।
ରୋଗ ପ୍ରତିରୋଧକ ଶକ୍ତି ପାଇଁ :
ବ୍ରୋକୋଲି ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରେ । ବ୍ରୋକୋଲିରେ ସଲଫୋରାଫେନ୍ ଏବଂ ଭିଟାମିନ୍ ସି ମିଳିଥାଏ ଯାହା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସାହାଯ୍ୟ କରିଥାଏ । ଯାହା ରୋଗରୁ ରକ୍ଷା ପାଇବାରେ ସାହାଯ୍ୟ କରେ ।
Powered by Froala Editor