ପୁଣି ନକଲି ଜର୍ଦ୍ଦା କାରାଖାନା ଠାବ
କଟକ ୮: କଟକରୁ ପୁଣି ନକଲି ଜର୍ଦ୍ଦା କାରାଖାନା ଠାବ । ଏକକାଳୀନ ୩ଟି ସ୍ଥାନରେ ପୋଲିସ ପକ୍ଷରୁ ଚଢାଉ । ବିପୁଳ ପରିମାଣର ସାମଗ୍ରୀ ଜବତ ହୋଇଥିବା ସୂଚନା ମିଳିଛି ।
ସୂଚନା ଅନୁଯାୟୀ, କଟକରେ ନକଲି ଜର୍ଦ୍ଦା କାରଖାନା ଚାଲିଥିବା ନେଇ ପୋଲିସ ନିକଟରେ ଖବର ପହଞ୍ଚିଥିଲା । ଏହାପରେ ପୋଲିସ ଆଜି ଏକକାଳୀନ ଭାବେ ୩ଟି ସ୍ଥାନରେ ଚଢାଉ କରିଥିଲା । ଏହି ଚଢାଉରେ ଏକ ନକଲି ଜର୍ଦ୍ଦା କାରଖାନା ଠାବ ହୋଇଛି । ଏହା ସହିତ ବିପୁଳ ପରିମାଣର ନକଲି ଜର୍ଦ୍ଦା ଜବତ ହୋଇଥିବାର ସୂଚନା ମିଳିଛି । ତେବେ କେତେ ଦିନ ହେଲା ଏଠାରେ ନକଲି କାରଖାନା ଚାଲିଥିଲା । ସେନେଇ ଖୋଲତାଡ଼ ଜାରି ରଖିଛି ପୋଲିସ । ବର୍ତ୍ତମାନ ସୁଦ୍ଧା ଘଟଣାରେ କେତେ ଜଣଙ୍କୁ ଗିରଫ କରାଯାଇଛି । ସେନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ ।
ସୂଚନାଯୋଗ୍ୟ ଯେ, କିଛି ଦିନ ତଳେ କଟକରୁ ଅନେକ ନକଲି କାରଖାନା ଠାବ କରିଥିଲେ କମିଶନରେଟ୍ ପୋଲିସ । ପ୍ରଥମେ ଗୁଟ୍ଖା, ପରେ ଆଚାର, ସିମେଣ୍ଟ ଆଦି ଜିନିଷର ନକଲି କାରଖାନା ଠାବ ହୋଇଥିଲା । ତେବେ କିଛି ଦିନରେ ବ୍ୟବଧାନ ପରେ ପୁଣି ଥରେ କଟକରେ ନକଲି କାରଖାନା ଠାବ ହୋଇଛି । ତାହା ପୁଣି ଜର୍ଦ୍ଦା କାରଖାନା ।
Powered by Froala Editor