ଏହି ଦିନ ହେବ ସଟଡାଉନ କୋହଳ, କେବେ ଜାଣନ୍ତୁ
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱାଧୀନତା ଦିବସକୁ ଦୃଷ୍ଟିରେ ରଖି କରୋନା କଟକଣା ନିୟମ କୋହଳ କରାଯାଇଛି । ଭୁବନେଶ୍ୱର, କଟକ ଓ ପୁରୀରେ ସପ୍ତାହନ୍ତ ବନ୍ଦ ବଳବତ୍ତର ରହୁଥିବାରୁ ଅଗଷ୍ଟ ୧୫ ତାରିଖ ରବିବାର ଏଥିରେ କୋହଳ କରାଯାଇଛି । ସ୍ୱତନ୍ତ୍ର ରିଲିଫ ଆୟୁକ୍ତ ପ୍ରଦୀପ ଜେନା ଦର୍ଶାଇଛନ୍ତି ଯେ ସ୍ୱାଧୀନତା ଦିବସ ରବିବାର ପଡୁଥିବାରୁ ଉକ୍ତ ଦିନ ଜାତୀୟ ପତାକା ଉତ୍ତୋଳନ ଉତ୍ସବ ପାଳନ ପାଇଁ ସରକାର କଟକଣା କୋହଳ କରିଛନ୍ତି । ସେଦିନ ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ଉତ୍ସବ ପାଳନ କରାଯାଇ ପାରିବ । ତେବେ ଏହି ତିନିଟି ପ୍ରମୁଖ ସହରରେ ଉତ୍ସବ ପାଳନ ବେଳେ ୧୦ ଜଣରୁ ଅଧିକ ଲୋକ ଏକତ୍ର ହେବେ ନାହିଁ । ସ୍ୱାଧୀନତା ଦିବସ ପାଳନ ବେଳେ କରୋନା କଟକଣା ଯେଭଳି ଉଲ୍ଲଂଘନ ନ ହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ ପଡ଼ିବ ବୋଲି ଶ୍ରୀ ଜେନା ଦର୍ଶାଇଛନ୍ତି । ସେ ଦର୍ଶାଇଛନ୍ତି ଯେ କଟକ, ପୁରୀ ଓ ଭୁବନେଶ୍ୱର ବ୍ୟତୀତ ଅନ୍ୟାନ୍ୟ ଅଞ୍ଚଳରେ ୨୦ ଜଣଙ୍କୁ ନେଇ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ କରାଯାଇପାରିବ । କରୋନା ମାର୍କଦର୍ଶିକାକୁ ଯେଭଳି ଠିକଣା ଭାବେ ପାଳନ ହେବ ସେଥିପ୍ରତି ଦୃଷ୍ଟି ଦେବାକୁ ଶ୍ରୀ ଜେନା ଦର୍ଶାଇଛନ୍ତି ।
Powered by Froala Editor