ଆତଙ୍କବାଦୀ ଆକ୍ରମଣରେ ଚାଲିଗଲା ୨ ଶ୍ରମିକଙ୍କ ଜୀବନ
ଶ୍ରୀନଗର: ଜମ୍ମୁ-କଶ୍ମୀରର କୁଲଗାମରେ ଶୁକ୍ରବାର ଆତଙ୍କବାଦୀ ଆକ୍ରମଣ ହୋଇଛି। କୁଲଗାମ ଜିଲାର ଏକ ଇଟାଭାଟିରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨ ଶ୍ରମିକଙ୍କର ମଧ୍ୟ ମୃତ୍ୟୁ ଘଟିଛି। ଏହି ଦୁଇଜଣ ଶ୍ରମିକ ଛତିଶଗଡ଼ର ବାସିନ୍ଦା ଥିଲେ। ଜଣେ ଶ୍ରମିକଙ୍କର ମୃତ୍ୟୁ ଗତକାଲି ଅର୍ଥାତ୍ ଶୁକ୍ରବାର ଦିନ ହିଁ ହୋଇଯାଇଥିଲା। ଅନ୍ୟ ଜଣେ ଶ୍ରମିକ ହସ୍ପିଟାଲରେ ଜୀବନ-ମୃତ୍ୟୁ ସହ ଲଢ଼ୁଥିଲେ। କିନ୍ତୁ ଶନିବାର ସେ ମଧ୍ୟ ପ୍ରାଣ ହରାଇଛନ୍ତି। ଏହିପରି ଭାବେ କୁଲଗାମ ଆତଙ୍କବାଦୀ ଆକ୍ରମଣରେ ଦୁଇଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଛି। ଆତଙ୍କବାଦୀ ଧର୍ମ ପଚାରି ଏହି ଦୁଇ ଶ୍ରମିକଙ୍କ ଉପରେ ଗୁଳି ଚଳାଇଥିଲେ।
Powered by Froala Editor