Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Wednesday, November 11, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • କଂଗ୍ରେସକୁ ମିଳୁଥିବା ଚାନ୍ଦା ରାଶିରେ ...

  • ସାମୟିକ ଭାବେ ଲକ୍‌ଡାଉନ୍‌ ହେଲା ...

  • ଇରାନ ସହ ଯୁଦ୍ଧ ସାମରିକ ଦୃଷ୍ଟିକୋଣରୁ ...

  • BCCI ର ବଡ଼ ଘୋଷଣା: ସ୍ମୃତି ମନ୍ଧାନା ଟେଷ୍ଟ ଦଳର ...

  • ଶସ୍ତା ହେଲା କ୍ୟାନ୍ସର ଔଷଧ : ୬୭୯ଟି ...

  • ତୃତୀୟ ସ୍ତ୍ରୀଙ୍କଠାରୁ ଅଲଗା ହେବେ ପବନ ...

  • ମୁମ୍ବାଇରେ ବାଣ କଟକଣା : ୨୫ ତାରିଖ ...

  • ଆଇଏଏସ୍ ହୋଇପାରିଲେନି, ଋଣ ବୋଝରେ ...

  • ବିଧାୟିକାଙ୍କ ଅଜବ ବୟାନ : ବାଣ ଫୁଟାଇବା ...

  • ମୋର କିଛି ଶତ୍ରୁଙ୍କୁ ମୁଁ ଘୃଣା କରେ ଏବଂ ...

ରାଜନୀତି
Home ›› ରାଜନୀତି ››ଓଡ଼ିଶା ବିଜେପିର ଚାପରେ ଗେରୁଆ ହୋଇଗଲା ଭାରତୀୟ ହକିର ଜର୍ସି। ନବୀନ କଲେ କଡ଼ା ସମାଲୋଚନା।

ଓଡ଼ିଶା ବିଜେପିର ଚାପରେ ଗେରୁଆ ହୋଇଗଲା ଭାରତୀୟ ହକିର ଜର୍ସି। ନବୀନ କଲେ କଡ଼ା ସମାଲୋଚନା।

2026-07-31 06:33:12
16075
Share:
Facebook
Twitter
E-Mail
WhatsApp
Telegram
ଓଡ଼ିଶା ବିଜେପିର ଚାପରେ ଗେରୁଆ ହୋଇଗଲା ଭାରତୀୟ ହକିର ଜର୍ସି। ନବୀନ କଲେ କଡ଼ା ସମାଲୋଚନା।

ନବୀନଙ୍କ ବାର୍ତ୍ତା :- ଭାରତୀୟ ହକି ଟିମ୍‌ର ଆଇକନିକ୍‌ ଜର୍ସି ରଙ୍ଗକୁ ଗେରୁଆ ରଙ୍ଗରେ ପରିବର୍ତ୍ତନ କରାଯାଇଥିବା ଜାଣି ମୁଁ ଗଭୀର ଭାବେ ମର୍ମାହତ। ଭାରତୀୟ ହକି ଟିମ୍‌ର ଏହି ନୀଳ ରଙ୍ଗ କେବଳ ଗୋଟିଏ ରଙ୍ଗ ନୁହେଁ। ଏହା ଦେଶର କ୍ରୀଡ଼ା ଐତିହ୍ୟ ସହ ଯୋଡ଼ିହୋଇ ରହିଥିବା ଏକ ଆବେଗ।


ଦଶନ୍ଧି ଦଶନ୍ଧି ଧରି ଏହି ରଙ୍ଗ ଆମକୁ ଆଶା, ବିଜୟ, ପରାଜୟ ଏବଂ କ୍ରୀଡ଼ା କ୍ଷେତ୍ରରେ ଶ୍ରେଷ୍ଠତା ହାସଲ କରିବାର ଲକ୍ଷ୍ୟରେ ଏକାଠି ବାନ୍ଧି ରଖିଛି। 'ଟିମ୍ ଇନ୍ ବ୍ଲୁ'ର ପୁରୁଷ ଓ ମହିଳା ଖେଳାଳିମାନଙ୍କ ସହ ଆମେ କାନ୍ଦିଛୁ, ହସିଛୁ, ଉତ୍ସବ ପାଳନ କରିଛୁ ଏବଂ ଗର୍ବର ସହ ଛିଡ଼ା ହୋଇଛୁ। ଏହି ନୀଳ ଜର୍ସି ପିନ୍ଧି ଆମ ଟିମ୍ ଅଲିମ୍ପିକ୍ସ ପଦକ ଜିତିଛି ଏବଂ ବିଶ୍ୱ ମଞ୍ଚରେ ଆମ ଜାତୀୟ ସଙ୍ଗୀତ ଗୁଞ୍ଜରିତ ହୋଇଛି। ନୀଳ ରଙ୍ଗ ଆମ ଜାତୀୟ ପତାକାର ଅଶୋକ ଚକ୍ରରୁ ଅଣାଯାଇଛି। ଏହା ଆମ ଜାତୀୟ ଗୌରବ ଓ ପରିଚୟର ପ୍ରତୀକ। ନୀଳ ରଙ୍ଗ ପ୍ରତ୍ୟେକ ଭାରତୀୟଙ୍କର ଅଟେ।


ଯେତେବେଳେ ଜାତୀୟ ହକି ଟିମ୍ ପ୍ରାୟୋଜକ ପାଇଁ ସଂଘର୍ଷ କରୁଥିଲା, ସେତେବେଳେ ଆମ ଜାତୀୟ ଦଳ ଏବଂ ପ୍ରିୟ ଖେଳକୁ ସହଯୋଗ କରିବାରେ #ଓଡ଼ିଶା ପ୍ରଥମ ଏବଂ ଏକମାତ୍ର ରାଜ୍ୟ ଭାବେ ଇତିହାସ ରଚିଥିଲା। ଜାତୀୟ ହକି ପ୍ରତି ରାଜ୍ୟର ଏହି ସହଯୋଗ ପାଇଁ ସାରା ବିଶ୍ୱରେ ଥିବା ପ୍ରତ୍ୟେକ ଓଡ଼ିଆ ଗର୍ବିତ ଥିଲେ। ୪୧ ବର୍ଷର ଦୀର୍ଘ ପ୍ରତୀକ୍ଷା ପରେ ଆମ ପୁରୁଷ ଦଳ ଅଲିମ୍ପିକ୍ସ ପଦକ ଜିତିଥିଲା। କେବଳ ଓଡ଼ିଶାରେ ସରକାର ବଦଳିଯାଇଛି ବୋଲି ଆମ ଜାତୀୟ ଦଳର ରଙ୍ଗ ବଦଳାଯିବା ଉଚିତ୍ ନୁହେଁ। ଏହା ସବୁଠାରୁ ନିମ୍ନମାନର ସଂକୀର୍ଣ୍ଣ ରାଜନୀତି।


ଆମ ନୀଳ ଜର୍ସି ଆମ ପାଇଁ ସେତିକି ଗୁରୁତ୍ୱପୂର୍ଣ୍ଣ, ଯେତିକି ଆର୍ଜେଣ୍ଟିନାର ଆଇକନିକ୍ ଷ୍ଟ୍ରାଇପ୍ସ (ଗାର) ଏବଂ ବ୍ରାଜିଲ୍‌ର ହଳଦିଆ ଜର୍ସି। ଏହା ଆମ ସାମୂହିକ ସ୍ମୃତିରେ ସଦାସର୍ବଦା ଲିପିବଦ୍ଧ ହୋଇରହିଛି। ଏହି ରଙ୍ଗରେ କୌଣସି ବି ପରିବର୍ତ୍ତନ, ଆମ ଅମୂଲ୍ୟ କ୍ରୀଡ଼ା ଐତିହ୍ୟକୁ ପୋଛିଦେବାର ଏକ ଅତ୍ୟନ୍ତ ନିନ୍ଦନୀୟ ପ୍ରଚେଷ୍ଟା। ଜାତୀୟ ପ୍ରତୀକଗୁଡ଼ିକ ଆମକୁ ଯୋଡ଼ିବା ପାଇଁ ଉଦ୍ଦିଷ୍ଟ, ଭାଗ ଭାଗ କରିବା ପାଇଁ ନୁହେଁ।


ମୁଁ ଜାଣିବାକୁ ପାଇଛି ଯେ ଓଡ଼ିଶାର ବିଜେପି ସରକାରଙ୍କ ଚାପରେ ଏହି ପଦକ୍ଷେପ ନିଆଯାଇଛି। କ୍ଷମତାରେ ଥିବା ବ୍ୟକ୍ତିମାନେ ଏହାକୁ ଅସ୍ୱୀକାର କରିପାରନ୍ତି, କିନ୍ତୁ ଗତ ଦୁଇ ବର୍ଷ ହେବ ଓଡ଼ିଶାରେ ସରକାରଙ୍କର ବିଲ୍ଡିଂ, ବସ୍‌ ଏବଂ ପୋଲଗୁଡ଼ିକର ରଙ୍ଗ ବଦଳାଇବାର ନିଶାକୁ ସମସ୍ତେ ଦେଖିଛନ୍ତି। ଆଜି ଓଡ଼ିଶାରେ କେବଳ ଏହି ଗୋଟିଏ କାମ ହିଁ ହେଉଛି। କିନ୍ତୁ ଏବେ ସେହି ସରକାର ଆମ ଜାତୀୟ ଦଳର ରଙ୍ଗକୁ ମଧ୍ୟ ବଦଳାଇ ଦେଇଛନ୍ତି। ହକି ଭଳି ଏକ ଜାତୀୟ ଖେଳକୁ ରାଜନୀତିକରଣ କରିବାକୁ ବିଜେପି ଓଡ଼ିଶାର ଏହି ପ୍ରଚେଷ୍ଟାକୁ ମୁଁ ଦୃଢ଼ ନିନ୍ଦା କରୁଛି। ଏହା ସାରା ଦେଶର ଲକ୍ଷ ଲକ୍ଷ କ୍ରୀଡ଼ାପ୍ରେମୀଙ୍କ ଭାବନା ଏବଂ ଜାତୀୟ ହକିକୁ ଓଡ଼ିଶା ଯେଉଁ ଗର୍ବର ସହ ସହଯୋଗ କରିଆସିଛି, ତାହାକୁ ଗଭୀର ଆଘାତ ପହଞ୍ଚାଇଛି।

Powered by Froala Editor

Tags Naveen Patnaik

Related articles Odisha News Lens 4.1

  • ତୃତୀୟ ସ୍ତ୍ରୀଙ୍କଠାରୁ ଅଲଗା ହେବେ ପବନ କଲ୍ୟାଣ
    ମନୋରଞ୍ଜନ

    ତୃତୀୟ ସ୍ତ୍ରୀଙ୍କଠାରୁ ଅଲଗା ହେବେ ପବନ କଲ୍ୟାଣ

    15415
    Nov 10, 2026
  • ବିଧାୟିକାଙ୍କ ଅଜବ ବୟାନ : ବାଣ ଫୁଟାଇବା ଦ୍ୱାରା ରୋଗ ଭଲ ହୋଇଥାଏ
    ଦେଶ-ଦେଶାନ୍ତର

    ବିଧାୟିକାଙ୍କ ଅଜବ ବୟାନ : ବାଣ ଫୁଟାଇବା ଦ୍ୱାରା ରୋଗ ଭଲ ହୋଇଥାଏ

    15533
    Nov 10, 2026
  • ସାମୟିକ ଭାବେ ଲକ୍‌ଡାଉନ୍‌ ହେଲା ହ୍ବାଇଟ୍‌ ହାଉସ୍, ଜାଣନ୍ତୁ କାହିଁକି?
    ଦେଶ-ଦେଶାନ୍ତର

    ସାମୟିକ ଭାବେ ଲକ୍‌ଡାଉନ୍‌ ହେଲା ହ୍ବାଇଟ୍‌ ହାଉସ୍, ଜାଣନ୍ତୁ କାହିଁକି?

    13864
    Nov 10, 2026
  • BCCI ର ବଡ଼ ଘୋଷଣା: ସ୍ମୃତି ମନ୍ଧାନା ଟେଷ୍ଟ ଦଳର ଅଧିନାୟିକା ନିଯୁକ୍ତ
    ଦେଶ-ଦେଶାନ୍ତର

    BCCI ର ବଡ଼ ଘୋଷଣା: ସ୍ମୃତି ମନ୍ଧାନା ଟେଷ୍ଟ ଦଳର ଅଧିନାୟିକା ନିଯୁକ୍ତ

    14405
    Nov 10, 2026
  • ଆଇଏଏସ୍ ହୋଇପାରିଲେନି, ଋଣ ବୋଝରେ ପାଲଟିଗଲେ ଚୋର
    ଦେଶ-ଦେଶାନ୍ତର

    ଆଇଏଏସ୍ ହୋଇପାରିଲେନି, ଋଣ ବୋଝରେ ପାଲଟିଗଲେ ଚୋର

    14331
    Nov 10, 2026
  • ମୁମ୍ବାଇରେ ବାଣ କଟକଣା : ୨୫ ତାରିଖ ପର୍ଯ୍ୟନ୍ତ ନିଷେଧାଦେଶ ବଳବତ୍ତର
    ଦେଶ-ଦେଶାନ୍ତର

    ମୁମ୍ବାଇରେ ବାଣ କଟକଣା : ୨୫ ତାରିଖ ପର୍ଯ୍ୟନ୍ତ ନିଷେଧାଦେଶ ବଳବତ୍ତର

    14856
    Nov 10, 2026
  • ଶସ୍ତା ହେଲା କ୍ୟାନ୍ସର ଔଷଧ : ୬୭୯ଟି ବ୍ରାଣ୍ଡେଡ୍ ଔଷଧର ଦାମ୍ ୫୦ ପ୍ରତିଶତରୁ ଅଧିକ ...
    ଦେଶ-ଦେଶାନ୍ତର

    ଶସ୍ତା ହେଲା କ୍ୟାନ୍ସର ଔଷଧ : ୬୭୯ଟି ବ୍ରାଣ୍ଡେଡ୍ ଔଷଧର ଦାମ୍ ୫୦ ପ୍ରତିଶତରୁ ଅଧିକ ...

    15483
    Nov 10, 2026
  •  ମୋର କିଛି ଶତ୍ରୁଙ୍କୁ ମୁଁ ଘୃଣା କରେ ଏବଂ ସବୁବେଳେ କରୁଥିବି: ଟ୍ରମ୍ପ
    ଦେଶ-ଦେଶାନ୍ତର

    ମୋର କିଛି ଶତ୍ରୁଙ୍କୁ ମୁଁ ଘୃଣା କରେ ଏବଂ ସବୁବେଳେ କରୁଥିବି: ଟ୍ରମ୍ପ

    14907
    Nov 09, 2026
  • କଂଗ୍ରେସକୁ ମିଳୁଥିବା ଚାନ୍ଦା ରାଶିରେ ବିପୁଳ ହ୍ରାସ, ଗୋଟିଏ ବର୍ଷରେ କମିଛି ୭୫ ...
    ଦେଶ-ଦେଶାନ୍ତର

    କଂଗ୍ରେସକୁ ମିଳୁଥିବା ଚାନ୍ଦା ରାଶିରେ ବିପୁଳ ହ୍ରାସ, ଗୋଟିଏ ବର୍ଷରେ କମିଛି ୭୫ ...

    15012
    Nov 10, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ମୋର କିଛି ଶତ୍ରୁଙ୍କୁ ମୁଁ ଘୃଣା କରେ ଏବଂ ସବୁବେଳେ କରୁଥିବି: ଟ୍ରମ୍ପ

    14907
    Nov 09, 2026
  • ଦେଶ-ଦେଶାନ୍ତର

    BCCI ର ବଡ଼ ଘୋଷଣା: ସ୍ମୃତି ମନ୍ଧାନା ଟେଷ୍ଟ ଦଳର ଅଧିନାୟିକା ନିଯୁକ୍ତ

    14405
    Nov 10, 2026
  • ଦେଶ-ଦେଶାନ୍ତର

    କଂଗ୍ରେସକୁ ମିଳୁଥିବା ଚାନ୍ଦା ରାଶିରେ ବିପୁଳ ହ୍ରାସ, ଗୋଟିଏ ବର୍ଷରେ କମିଛି ୭୫ ପ୍ରତିଶତ

    15012
    Nov 10, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17267
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17969
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17914
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18335
    Sep 06, 2023

ବିଶେଷ

  • ଓଠରୁ ଜାଣନ୍ତୁ ରୋଗର ପ୍ରଥମ ସଙ୍କେତ

    14119
    Nov 09, 2026
  • ବାଦୁଡିଙ୍କ ପାଇଁ ୧୦୦ ବର୍ଷ ହେଲା ବାଣ ଫୁଟା ବ୍ୟାନ୍

    15482
    Nov 08, 2026
  • ଆସିଲା ଶୀତଦିନ, ଘରୋଇ ମଏଶ୍ଚରାଇଜର କରନ୍ତୁ ବ୍ୟବହାର

    14302
    Nov 07, 2026
  • ଶରୀରକୁ ଅନେକ ରୋଗ ସହ ଲଢିବାରେ ସହାୟକ ହୋଇଥାଏ ଏହି ସ୍ୱତନ୍ତ୍ର ଖାଦ୍ୟ

    14372
    Nov 05, 2026
  • କଦଳୀପତ୍ରରେ ଖାଇଲେ ସୁସ୍ଥ ରହିଥାଏ ଶରୀର ଓ ମନ

    14975
    Nov 01, 2026

ବାଣିଜ୍ୟ

ଭିଏଏମ୍ଏଲ୍ ନୂତନ ସିଲେଇ ତାଲିମ କେନ୍ଦ୍ର ଜରିଆରେ କଳାହାଣ୍ଡିରେ ମହିଳା ଜୀବିକା ଅଭିଯାନର ସମ୍ପ୍ରସାରଣ କରିଛି

ଭୁବନେଶ୍ୱର  : ମହିଳା ସଶକ୍ତିକରଣ ଏବଂ ଗ୍ରାମୀଣ ବିକାଶ ପ୍ରତି ନିଜର ପ୍ରତିବଦ୍ଧତାକୁ ସୁଦୃଢ଼ କରି ଭିଏଏମ୍ଏଲ୍ ଲାଞ୍ଜିଗଡ଼ ଏହାର ଫ୍ଲାଗସିପ୍ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମ ପ୍ରକଳ୍ପ 'ସଖୀ' ଅଧୀନରେ ...

  • ଫୁଲ ବଉଳ ବେଣୀ ସିଡନୀରେ ଓଡ଼ିଆ ଭାଷା, ସଂସ୍କୃତି ଓ ଐତିହ୍ୟକୁ ପାଳନ କଲା

    15564
    Nov 06, 2026
  • ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ସେୟାରରେ ରେକର୍ଡ ବୃଦ୍ଧି

    14154
    Nov 04, 2026
  • ଭି.ଏ.ଏମ୍.ଏଲ୍ କୋଇଲା ଖଣି ସୁରଭି ୨୦୨୬କୁ ସମର୍ଥନ କରିବା ସହିତ ଯୁବ ପ୍ରତିଭାଙ୍କ ପାଇଁ ଏକ ବ୍ୟାପକ ମଞ୍ଚ ସୃଷ୍ଟି କରିଛି

    14163
    Nov 03, 2026
  • ୨୦ ପ୍ରତିଶତ ଶସ୍ତା ହେଲା ସୁନା

    14444
    Nov 01, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • କଂଗ୍ରେସକୁ ମିଳୁଥିବା ଚାନ୍ଦା ରାଶିରେ ବିପୁଳ ହ୍ରାସ, ଗୋଟିଏ ବର୍ଷରେ କମିଛି ୭୫ ପ୍ରତିଶତ

    15012
    Nov 10, 2026
  • ବିଧାୟିକାଙ୍କ ଅଜବ ବୟାନ : ବାଣ ଫୁଟାଇବା ଦ୍ୱାରା ରୋଗ ଭଲ ହୋଇଥାଏ

    15533
    Nov 10, 2026
  • ଇରାନ ସହ ଯୁଦ୍ଧ ସାମରିକ ଦୃଷ୍ଟିକୋଣରୁ ପ୍ରାୟ ଶେଷ ହୋଇଛି: ଟ୍ରମ୍ପ

    13741
    Nov 10, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In