ପୋଡା ଖାଦ୍ୟରେ ଏହା କରନ୍ତୁ
ରୋଷେଇ କରିବା ସମୟରେ ଟିକେ ଅସାବଧାନତା ହେତୁ ଅନେକ ଥର ଖାଦ୍ୟ ପୋଡିଯାଏ । ଏଥିପାଇଁ ଘରେ ଗାଳି ଶୁଣିବାକୁ ପଡିଥାଏ । କାରଣ ପୋଡି ଯାଇଥିବା ଖାଦ୍ୟ ଖାଇବା ଯୋଗ୍ୟ ହୋଇନଥାଏ । ତେଣୁ ଏହାକୁ ଆମେ ଡଷ୍ଟବିନରେ ଫୋପାଡି ଦେଇଥାଉ । କିନ୍ତୁ ଏମିତି କିଛି ଉପାୟ ଅଛି ଯାହାଦ୍ୱାରା ଆପଣ ଏହି ଖାଦ୍ୟ ଗୁଡିକୁ ନଷ୍ଟ ନକରି ଉପଯୋଗ କରିପାରିବେ । ଭାତ କିମ୍ବା ତରକାରୀ ପୋଡିଗଲେ ଏହାକୁ ଏକ କପଡାରେ ରଖି ଭଲ ଭାବେ ଶୁଖାଇ ଦିଅନ୍ତୁ । ଏହା ଶୁଖିଗଲା ପରେ ଏଥିରେ କିଛି ମାଟି ମିଶାଇ ଗଛ ମୂଳରେ ଦେଇ ପାରିବେ । ଏହି ଅର୍ଗାନିକ ଖାଦ୍ୟ ଗଛ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଯଦି ବ୍ରେଡ ବା ଟୋଷ୍ଟ ଜଳି ଯାଇଥାଏ, ଏହାକୁ ଗ୍ରାଇଣ୍ଡ କରି କିଛି ଲୁଣ ମିଶାଇ ବାସନ ମାଜନ୍ତୁ । ଏହା ଦ୍ୱାରା ଭଲ ଭାବେ ବାସନ ସଫା ହୋଇଥାଏ । ପୋଡି ଯାଇଥିବା ବ୍ରେଡ ଓ ଚା ପତିର ମିକ୍ସଚରରେ ବେକିଂ ସୋଡା ମିଶାଇ ଗାର୍ଡେନରେ ସ୍ପ୍ରେ କରିପାରିବେ । ଏହା ଦ୍ୱାରା ପୋକ ସମସ୍ୟା ଦେଖା ଯାଇନଥାଏ ।
Powered by Froala Editor