ଘୁଞ୍ଚିଲା ଏସ୍ଏସ୍ବି ଜୁନିୟର ଆସିଷ୍ଟାଣ୍ଟ, କ୍ଲର୍କ ପରୀକ୍ଷା, ଏହି ଦିନ ହେବ
ଭୁବନେଶ୍ୱର:ବାତ୍ୟା ‘ଅକ୍ୱାନ’ର ପ୍ରଭାବକୁ ଦୃଷ୍ଟିରେ ରଖି ଷ୍ଟେଟ ସିଲେକ୍ସନ ବୋର୍ଡ (ଏସ୍ଏସ୍ବି) ପକ୍ଷରୁ ଜୁନିୟର ଆସିଷ୍ଟାଣ୍ଟ ଓ ଜୁନିୟର କ୍ଲର୍କ ପଦବୀ ପାଇଁ ହେବାକୁ ଥିବା କମ୍ପ୍ୟୁଟରଭିତ୍ତିକ ପରୀକ୍ଷା ତାରିଖରେ ପରିବର୍ତ୍ତନ କରାଯାଇଛି। ନଭେମ୍ବର ୨୧ ଓ ୨୩ ତାରିଖରେ ହେବାକୁ ଥିବା ପରୀକ୍ଷାକୁ ଘୁଞ୍ଚାଇ ଡିସେମ୍ବର ୩ ଓ ୪ ତାରିଖରେ କରିବାକୁ ବୋର୍ଡ ପକ୍ଷରୁ ନୂତନ କାର୍ଯ୍ୟସୂଚୀ ପ୍ରକାଶ କରାଯାଇଛି। ତେବେ ପୂର୍ବ କାର୍ଯ୍ୟସୂଚୀ ଅନୁଯାୟୀ, ନଭେମ୍ବର ୨୫ ଓ ୨୭ ତାରିଖ ଏବଂ ଡିସେମ୍ବର ୧ ଓ ୨ ତାରିଖରେ ନିର୍ଦ୍ଧାରିତ ପରୀକ୍ଷା ଅନୁଷ୍ଠିତ ହେବ। ସମସ୍ତ ପରୀକ୍ଷା ଡିସେମ୍ବର ୪ ତାରିଖ ସୁଦ୍ଧା ଶେଷ ହେବ। ଏହି ଦୁଇ ପରୀକ୍ଷା ପାଇଁ ପରୀକ୍ଷାର୍ଥୀମାନେ ନଭେମ୍ବର ୨୧ ତାରିଖ ରାତି ୮ଟାରୁ ଏସ୍ଏସ୍ବିର ଅଫିସିଆଲ ୱେବ୍ସାଇଟକୁ ଯାଇ ନିଜ ଆଡ୍ମିଟ କାର୍ଡ ଡାଉନ୍ଲୋଡ୍ କରିପାରିବେ।
Powered by Froala Editor