୧.୨୩ କୋଟି ଟଙ୍କା ହଡ଼ପ ମାମଲା: ବନ୍ଧା ହେଲେ ବରିଷ୍ଠ ସହାୟକ
ଭୁବନେଶ୍ଵର: ୧.୨୩ କୋଟି ଟଙ୍କା ହଡ଼ପ ମାମଲାରେ ବନ୍ଧା ହେଲେ ବରିଷ୍ଠ ସହାୟକ । ସାତକୋଶିଆ ଡିଏଫଓ ଅଫିସ୍ର ବରିଷ୍ଠ ସହାୟକ ଅଜୟ ନାୟକ ଗିରଫ ହୋଇଛନ୍ତି। ଗତକାଲି ରାତିରେ ଅନୁଗୁଳରୁ ଭିଜିଲାନ୍ସ ବିଭାଗ ଅଜୟ ନାୟକଙ୍କୁ ଗିରଫ କରିଛି। ସରକାରୀ ଅର୍ଥ ହଡ଼ପ କରି ଅକ୍ଟୋବର ମାସରୁ ସେ ଫେରାର ଥିଲେ । ଏଚଆରଏମଏସ୍ ପୋର୍ଟାଲରେ ଜାଲ ବିଲ୍ ପ୍ରସ୍ତୁତ କରି ଟଙ୍କା ହଡପ କରିଥିଲେ। ଅବସରପ୍ରାପ୍ତ ଓ ମୃତ କର୍ମଚାରୀଙ୍କ ନାଁରେ ଜାଲ୍ ଦସ୍ତାବିଜ୍ ଜରିଆରେ ଠକେଇ ହୋଇଥିବା ଅଭିଯୋଗ ହୋଇଛି।
Powered by Froala Editor