ଭାରତକୁ ଆସିବ ଜନସନ ଆଣ୍ଡ୍ ଜନସନ ଟିକା: ଜରୁରୀକାଳୀନ ବ୍ୟବହାର ଅନୁମତି ମିଳିଲା
ଜନସନ ଆଣ୍ଡ୍ ଜନସନର କରୋନା ଟିକାକୁ ଭାରତରେ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦିଆଯାଇଛି । ପୂର୍ବରୁ ଏହାକୁ ଅନୁମତି ମିଳିବ କି ନାହିଁ ଦ୍ୱନ୍ଦ୍ୱ ଉପୁଜିଥିଲା । କିନ୍ତୁ ଆମେରିକାର ଏହି ଟିକାକୁ ଅନୁମତି ମିଳିଥିବା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ଲାଲ ମାଣ୍ଡଭିଆ ଟ୍ୱିଟ କରି ସୂଚନା ଦେଇଛନ୍ତି । ଜନସନ ଟିକାକୁ ଥରେ ଦିଆଯାଉଥିବାରୁ ଏହି ଟିକା ଆସିବା ପରେ ଦେଶରେ ଟିକାକରଣର ବେଗ ବୃଦ୍ଧି ପାଇବା ଆଶା କରାଯାଉଛି । ଏହି ଟିକାକୁ ମିଶାଇ ଭାରତରେ ଏବେ ୫ଟି ଟିକାକୁ ଜରୁରିକାଳୀନ ବ୍ୟବହାର ଅନୁମତି ଦିଆଯାଇଛି । ସେଗୁଡ଼ିକ ହେଲା କୋଭାକ୍ସିନ, କୋଭିସିଲ୍ଡ, ସ୍ପୁଟନିକ, ମଡର୍ଣ୍ଣା ଓ ଜାନସେନ ।
କ୍ଲିନିକାଲ ଟ୍ରାଏଲରେ ଥିବା ଏହି ଟିକା ଗୁରୁତର ସଂକ୍ରମଣ ପ୍ରତିରୋଧ କରିବାରେ ୮୫% ଫଳପ୍ରଦ ହେଉଛି ବୋଲି କମ୍ପାନି ଦାବି କରିଛି । ତେଣୁ ଜନସନ ଆଣ୍ଡ୍ ଜନସନକୁ ଜରୁରିକାଳୀନ ବ୍ୟବହାର ଅନୁମତି ପାଇଁ ଦୁଇଦିନ ତଳେ କମ୍ପାନି ଭାରତର ଔଷଧ ମହାନିୟନ୍ତ୍ରକ (ଡିସିଜିଏ)ଙ୍କ ନିକଟରେ ଆବେଦନ କରିଥିଲା ।
Powered by Froala Editor