ସୋମବାର ୧୦ଟା ୩୦ ଯାଏଁ ଗୃହକୁ ମୁଲତବୀ, ଆସନ୍ତାକାଲି ବିଧାନସଭାରେ ପ୍ରଶ୍ନୋତ୍ତର ବନ୍ଦ
ଭୁବନେଶ୍ୱର: ଆସନ୍ତାକାଲି ବିଧାନସଭାରେ ପ୍ରଶ୍ନୋତ୍ତର ବନ୍ଦ । ବାତ୍ୟା ପାଇଁ ସର୍ବଦଳୀୟ ବୈଠକରେ ନିଷ୍ପତ୍ତି ନେଇ ଘୋଷଣା କରିଛନ୍ତି ବାଚସ୍ପତି ସୁରମା ପାଢୀ । ଆସନ୍ତା ସୋମବାର ୧୦ଟା ୩୦ ଯାଏଁ ଗୃହକୁ ମୁଲତବୀ କରାଯାଇଛି । ଲଗାତାର ୩ ଦିନ ଧରି ଚାଲିପାରିଲାନି ଗୃୃହ । ଆଜି ପ୍ରଶ୍ନକାଳ ଆରମ୍ଭରୁ ଗୃହରେ ହଟ୍ଟଗୋଳ ଦେଖାଦେଇଥିଲା । ବିଜେଡି ବନ୍ୟା ପ୍ରସଙ୍ଗ, କଂଗ୍ରେସ କୋଟିଆ ପ୍ରସଙ୍ଗ ଉଠାଇ ଗୃହର ମଧ୍ୟ ଭାଗରକୁ ଆସି ହାତରେ ପ୍ଲାକାର୍ଡ, ବ୍ୟାନର ଧରି ନାରାବାଜି କରିଥିଲେ । ବିରୋଧୀ ଏଭଳି ହୋହଲ୍ଲାରେ ଗୃହରେ ଅଚଳାବସ୍ଥା ଦେଖାଦେଇଥିଲା । ଚାଲିପାରିନଥିଲା ପ୍ରଶ୍ନକାଳ । ଏନେଇ ୧୧ଟା ୩୦ ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଥିଲେ ।
Powered by Froala Editor