୨ ଦିନ ପ୍ରବଳ ବର୍ଷା: ସତର୍କ ସୂଚନା ଜାରି
ଭୁବନେଶ୍ବର: ଆସନ୍ତା ୨ ଦିନ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ । ଭଦ୍ରକ, କଟକ, ଗଜପତି, ଗଞ୍ଜାମ, ଜଗତସିଂହପୁର, ଯାଜପୁର,କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ନୟାଗଡ଼, କୋରାପୁଟ,ମାଲକାନଗିରି ଏବଂ ପୁରୀରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଏପରିକି କେତେକ ସ୍ଥାନରେ ୨୧ ସେଣ୍ଟିମିଟର ବା ତା’ଠାରୁ ଅଧିକ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି।
ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ବାତ୍ୟାଟି ପୂର୍ବରୁ ଅତି ଭୀଷଣ ବାତ୍ୟାର ରୂପ ନେଇଥିବା ବେଳେ ଏବେ ଦୁର୍ବଳ ହୋଇ ସାମୁଦ୍ରିକ ଝଡ଼ରେ ପରିଣତ ହୋଇଛି। ଏହା ଘଣ୍ଟାପ୍ରତି ୭୦ରୁ ୮୦ କିଲୋମିଟର ବେଗରେ ପବନ ସହ ସ୍ଥଳଭାଗ ଅତିକ୍ରମ କରିବା ଏବଂ ପବନର ବେଗ ଝଟକାରେ ୯୦ କିଲୋମିଟର ପର୍ଯ୍ୟନ୍ତ ରହିବା ସମ୍ଭାବନା ରହିଛି। ବାତ୍ୟାକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ନଯିବାକୁ ପରାମର୍ଶ ଦିଆଯାଇଛି ।
Powered by Froala Editor