ଗୋପାଳପୁରରେ ଜାରି ରହିଛି ସବୁଠୁ ଅଧିକ ବର୍ଷା
ଭୁବନେଶ୍ବର: ଗୋପାଳପୁର ନିକଟବର୍ତ୍ତୀ ଅଞ୍ଚଳରେ ବାତ୍ୟା ଅକ୍ବାନର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଛି । ଏନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । କାଲିଠୁ ଆଜି ମଧ୍ୟରେ ଗୋପାଳପୁରରେ ସବୁଠୁ ଅଧିକ ବର୍ଷା ଜାରି ରହିଛି । ଭୋର ୪ଟା ୩୦ ସୁଦ୍ଧା ଗୋପାଳପୁରରେ ୧୬୬ ମିମି ବର୍ଷା ହୋଇଥିବା ବେଳେ ଚାନ୍ଦବାଲିରେ ୯୦, ପାରାଦୀପରେ ୮୪ ଓ ପୁରୀରେ ୭୩ ମିମି ବର୍ଷା ହୋଇଛି ।
ଗୋପାଳପୁର ନିକଟବର୍ତ୍ତୀ ଅଞ୍ଚଳରେ ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଛି । ଗତ ୬ ଘଣ୍ଟାରେ ୨୧ କିମି ବେଗରେ ଗତି କରୁଛି ଅକ୍ୱାନ୍ ।
Powered by Froala Editor