୧୫ ଲକ୍ଷ ୩୮ ହଜାର ୯୨ଜଣ ହିତାଧିକାରୀଙ୍କୁ ନୂଆ ରାସନକାର୍ଡ ପ୍ରଦାନ
ଭୁବନେଶ୍ୱର: ୧୫ ଲକ୍ଷ ୩୮ ହଜାର ୯୨ଜଣ ହିତାଧିକାରୀଙ୍କୁ ନୂଆ ରାସନକାର୍ଡ ପ୍ରଦାନ କରାଯାଇଛି । ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବୁଧବାର ବିଧାନସଭାରେ ଏହି ତଥ୍ୟ ରଖିଛନ୍ତି ।
ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ଗତ ଦୁଇ ବର୍ଷ ମଧ୍ୟରେ ୭ ଲକ୍ଷ ୭୬ ହଜାର ୮୧୪ ପରିବାରକୁ ରାସନକାର୍ଡ ମିଳିଛି । ନୂଆ ରାସନକାର୍ଡ ପାଇଁ ୨୩ ଲକ୍ଷ ୧୫ ହଜାର ୯୪୬ଟି ଆବେଦନ ଆସିଥିଲା । ସେଥିମଧ୍ୟରୁ ୧୮ ଲକ୍ଷ ୬୧୬୯ ଆବେଦନର ଯାଞ୍ଚ କରାଯାଇଛି । କ୍ଷେତ୍ର ତର୍ଜମା ପରେ ୧୦ ଲକ୍ଷ ୨୯ ହଜାର ଆବେଦନ ଅଯୋଗ୍ୟ ହୋଇଛି । ୫ଲକ୍ଷ ୯୭୭୭ ଆବେଦନର କ୍ଷେତ୍ର ତର୍ଜମା ଜାରି ରହିଛି ।
Powered by Froala Editor