ମୃତ ସାମ୍ବାଦିକଙ୍କ ପରିବାରକୁ ପ୍ରଦାନ କରାଯିବ ୫ ଲକ୍ଷ ଟଙ୍କା
ନୂଆଦିଲ୍ଲୀ : ଦେଶରେ ୨୦୨୦ ଓ ୨୦୨୧ରେ କୋଭିଡ-୧୯ ସଂକ୍ରମଣରେ ପ୍ରାଣ ହରାଇଥିବା ୧୦୧ ଜଣ ସାମ୍ବାଦିକଙ୍କ ପରିବାର ପାଇଁ କେନ୍ଦ୍ର ସରକାର ୫.୦୫ କୋଟି ଟଙ୍କାର ଆର୍ଥିକ ସହାୟତା ମଞ୍ଜୁର କରିଛନ୍ତି । ଏହି ଟଙ୍କାରୁ ପ୍ରତ୍ୟେକ ମୃତ ସାମ୍ବାଦିକଙ୍କ ପରିବାରକୁ ୫ ଲକ୍ଷ ଲେଖାଏ ପ୍ରଦାନ କରାଯିବ । ଲୋକସଭାରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଭାରତୀ ପ୍ରବୀଣ ପାୱାର । ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ ସେ କହିଛନ୍ତି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ସାମ୍ବାଦିକଙ୍କ ପରିବାରକୁ ସହାୟତା ଦେବା ଲାଗି ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଛି । ପିଆଇବି ପାଇଥିବା ଆବେଦନ ଆଧାରରେ ମନ୍ତ୍ରଣାଳୟ ପକ୍ଷରୁ ପରିଚାଳିତ ସାମ୍ବାଦିକ କଲ୍ୟାଣ ଯୋଜନା ଅଧୀନରେ ଏହି ଅର୍ଥ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି ।
ସୂଚନାଯୋଗ୍ୟଯେ, ଓଡ଼ିଶାରେ କରୋନାରେ ବହୁ ସାମ୍ବାଦିକଙ୍କ ମୃତୁ୍ୟ ଘଟିଛି । ରାଜ୍ୟ ସରକାର ମୃତ ସାମ୍ବାଦିକଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଦେବା ପାଇଁ ଘୋଷଣା କରିଛନ୍ତି ।
Powered by Froala Editor