ଆଜି ମୁଖ୍ୟମନ୍ତ୍ରୀଙ୍କ ମଲକାନଗିରି ଗସ୍ତ
ଭୁବନେଶ୍ୱର: ଆଜି ମଲକାନଗିରି ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ । ଜନଜାତି ଗୌରବ ଦିବସ ସମାରୋହରେ ଯୋଗଦେବା ସହ ଆଦିବାସୀଙ୍କ ସହ ଭାବ ବିନିମୟ କରିବେ । ଏହାସହ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ।
ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଓ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି। ସୁରକ୍ଷା ବ୍ୟବସ୍ଥାଠାରୁ ଆରମ୍ଭ କରି ମଞ୍ଚ ଓ ସଭାସ୍ଥଳର ସମସ୍ତ ଆୟୋଜନକୁ ଚୂଡ଼ାନ୍ତ ରୂପ ଦିଆଯାଉଛି । ଅନ୍ୟପଟେ ଏୟାରପୋର୍ଟଠାରୁ ସଭାସ୍ଥଳ ଡିଏନ୍କେ ଖେଳପଡ଼ିଆ ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।
Powered by Froala Editor