Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Monday, November 16, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ବକ୍ସ ଅଫିସ୍‌ରେ ଜବରଦସ୍ତ ‘ରାମାୟଣ’: ୧୨ ...

  • ୧୦ ଗ୍ରାମ ପିଛା ୧,୨୫,୪୦୦ ଟଙ୍କା ହେଲା ୨୨ ...

  • ବଞ୍ଚିଗଲି ପୋଷ୍ଟ କରି ଚର୍ଚ୍ଚାରେ ଅମିତାଭ

  • ଯମୁନା ଅପରିଷ୍କାର ପାଣିରେ ଛଟ୍ ପାଳିଲେ ...

  • ଡିସେମ୍ବରରେ ସଂସଦ ଶୀତକାଳୀନ ଅଧିବେଶନ

  • ଫୁଲବାଣୀରେ ‘ଡାକମୁନ୍‌ସୀ’ ସୁଟିଂ

  • ଅଣ୍ଡର-୧୯ ଏସିଆ କପ ; ପାକିସ୍ତାନକୁ ପରାସ୍ତ ...

  • ବ୍ରିଟିଶ ନାଗରିକତା ପାଇଲେ ଲଳିତ ମୋଦୀ

  • ମୁମ୍ବାଇରେ କିଲୋ ପିଛା ୧ ଟଙ୍କା ୫୦ ପଇସା ...

  • ଏକ୍ସପ୍ରେସ୍ ରେ ନିଆଁ, ଯାତ୍ରୀମାନେ ଭୟଭୀତ

ରାଜ୍ୟ
Home ›› ରାଜ୍ୟ ›› ‘କୋଟିଏ ହସ – ବାର୍ଷିକ ଶିଶୁ ମହୋତ୍ସବ ୨୦୨୬’ ଆୟୋଜିତ

‘କୋଟିଏ ହସ – ବାର୍ଷିକ ଶିଶୁ ମହୋତ୍ସବ ୨୦୨୬’ ଆୟୋଜିତ

2026-11-15 07:50:01
15476
Share:
Facebook
Twitter
E-Mail
WhatsApp
Telegram
 ‘କୋଟିଏ ହସ – ବାର୍ଷିକ ଶିଶୁ ମହୋତ୍ସବ ୨୦୨୬’ ଆୟୋଜିତ

ଭୁବନେଶ୍ୱର: ପ୍ରାରମ୍ଭିକ ବର୍ଷଗୁଡ଼ିକରେ ଶିଶୁମାନଙ୍କ ଉପଯୁକ୍ତ ଯତ୍ନର ଗୁରୁତ୍ୱକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଆଜି ଭୁବନେଶ୍ୱରର ହରିନଗର ସ୍ଥିତ ମଇଁଷିଖାଲଠାରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ାଙ୍କ ଉପସ୍ଥିତିରେ ‘କୋଟିଏ ହସ – ବାର୍ଷିକ ଶିଶୁ ମହୋତ୍ସବ ୨୦୨୬’ ଆୟୋଜିତ ହୋଇଯାଇଛି। 

ଶିଶୁ ଦିବସ ଅବସରରେ ରାଜ୍ୟର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ସମେତ ଜିଲ୍ଲା ଓ ରାଜ୍ୟସ୍ତରରେ ଏକକାଳୀନ ଏହି ଉତ୍ସବ ପାଳନ କରାଯାଇଛି, ଯାହା ଆନନ୍ଦମୟ,  ଖେଳ-ଭିତ୍ତିକ କାର୍ଯ୍ୟକଳାପ ମାଧ୍ୟମରେ ଶିଶୁ, ପିତାମାତା ଏବଂ ଯତ୍ନ ନେଉଥିବା ବ୍ୟକ୍ତିମାନଙ୍କୁ ଏକାଠି କରିଛି।

ସମସ୍ତଙ୍କୁ ସମ୍ବୋଧିତ କରି ମାନନୀୟା ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଗୁରୁତ୍ୱାରୋପ କରିଥିଲେ ଯେ, ଶିଶୁର ପ୍ରାରମ୍ଭିକ ବର୍ଷଗୁଡ଼ିକରେ ସ୍ନେହ, ଯତ୍ନ, ମମତା ଏବଂ  ସମ୍ପୃକ୍ତି ମାଧ୍ୟମରେ ହିଁ ତାର ଭବିଷ୍ୟତର ମୂଳଦୁଆ ଗଠିତ ହୋଇଥାଏ। ଶିଶୁର ଲାଳନପାଳନ ଉଭୟ ପିତାମାତାଙ୍କର ମିଳିତ ଦାୟିତ୍ୱ ବୋଲି ସେ ଉଲ୍ଲେଖ କରିବା ସହ ଶିଶୁ ଯତ୍ନ ଏବଂ ପ୍ରାରମ୍ଭିକ ଶିକ୍ଷା କ୍ଷେତ୍ରରେ ସକ୍ରିୟ ଅଂଶଗ୍ରହଣ କରିବା ପାଇଁ ପିତାମାନଙ୍କୁ ଉତ୍ସାହିତ କରିଥିଲେ। ଶିଶୁମାନଙ୍କ ଭାବପ୍ରବଣ, ସାମାଜିକ ଏବଂ ବୌଦ୍ଧିକ ବିକାଶରେ ସହାୟକ ହେଉଥିବା ପାରମ୍ପରିକ ପ୍ରଥା ଯଥା- ନାନାବାୟା ଗୀତ, ଗପ କହିବା ଏବଂ ଆନନ୍ଦମୟ ଭାବବିନିମୟକୁ ସଂରକ୍ଷିତ ରଖିବାର ଗୁରୁତ୍ୱ ଉପରେ ମଧ୍ୟ ସେ ଆଲୋକପାତ କରିଥିଲେ।

ଉତ୍ସାହ, ସୃଜନଶୀଳତା ଏବଂ ପାରିବାରିକ ଅଂଶଗ୍ରହଣରେ ପରିପୂର୍ଣ୍ଣ ପରିବେଶ ମଧ୍ୟରେ ଆୟୋଜିତ ଏହି ରାଜ୍ୟସ୍ତରୀୟ ଉତ୍ସବରେ ୦ ରୁ ୬ ବର୍ଷ ବୟସର ପ୍ରାୟ ୭୦୦ ଶିଶୁ ସେମାନଙ୍କର ପିତାମାତା ଏବଂ ଅଭିଭାବକଙ୍କ ସହ ଯୋଗ ଦେଇଥିଲେ। ଶିଶୁମାନଙ୍କର ଦୈନନ୍ଦିନ ଶିକ୍ଷଣ ଅନୁଭୂତିରେ ଅଭିଭାବକମାନଙ୍କୁ ସାମିଲ କରିବା ଉପରେ ଏହି କାର୍ଯ୍ୟକ୍ରମରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ଏଥିରେ ଜନ୍ମରୁ-୩ ବର୍ଷର ଶିଶୁ ଏବଂ ୩-୬ ବର୍ଷର ପିଲାମାନଙ୍କ ପାଇଁ ପୃଥକ ପୃଥକ କାର୍ଯ୍ୟକଳାପ ପ୍ରସ୍ତୁତ କରାଯାଇଥିଲା।
ବିଭିନ୍ନ କାର୍ଯ୍ୟକଳାପ କର୍ଣ୍ଣର (Activity Corners) ପରିଦର୍ଶନ ସମୟରେ ଉପମୁଖ୍ୟମନ୍ତ୍ରୀ ଶିଶୁ, ଅଭିଭାବକ ଏବଂ ଅଙ୍ଗନବାଡ଼ି କର୍ମୀମାନଙ୍କ ସହ ଭାବବିନିମୟ କରିଥିଲେ ଏବଂ ଖେଳ ମାଧ୍ୟମରେ ଶିକ୍ଷାକୁ ଶିଶୁ ଲାଳନପାଳନର ଏକ ଅବିଚ୍ଛେଦ୍ୟ ଅଙ୍ଗ କରିବାକୁ ପରିବାରବର୍ଗଙ୍କୁ ଉତ୍ସାହିତ କରିଥିଲେ। ଏହି କାର୍ଯ୍ୟକଳାପ କର୍ଣ୍ଣରଗୁଡ଼ିକରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ (FLN) ସାମଗ୍ରୀ, ପ୍ରାକ୍-ବିଦ୍ୟାଳୟ ଶିକ୍ଷା (PSE) କିଟ୍, ଜେଜେବାପା-ଜେଜେମାଆଙ୍କ ଦ୍ୱାରା ପାରମ୍ପରିକ ନାନାବାୟା ଗୀତ ଓ ଗପ କହିବା, ପିତାମାନଙ୍କ ଦ୍ୱାରା ସ୍ଥାନୀୟ ତଥା ସ୍ୱଳ୍ପ ମୂଲ୍ୟର ସାମଗ୍ରୀ ବ୍ୟବହାର କରି ନିଜ ହାତରେ ଖେଳଣା ତିଆରି (DIY toy-making), ଏବଂ ପ୍ରାରମ୍ଭିକ ଶୈଶବ ଯତ୍ନ ଓ ବିକାଶ ସମ୍ପର୍କିତ ସୂଚନା, ଶିକ୍ଷା ଓ ଯୋଗାଯୋଗ (IEC) ସାମଗ୍ରୀ ପ୍ରଦର୍ଶିତ ହୋଇଥିଲା।

ଶିଶୁମାନେ ଅଭିନୟ ଗୀତ, ନୃତ୍ୟ, ଗପ କହିବା ଏବଂ ଚିତ୍ରାଙ୍କନ ପ୍ରତିଯୋଗିତାରେ ଉତ୍ସାହର ସହ ଅଂଶଗ୍ରହଣ କରି ସେମାନଙ୍କର ସୃଜନଶୀଳତା ଓ ପ୍ରତିଭା ପ୍ରଦର୍ଶନ କରିଥିଲେ। ମାନନୀୟା ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ବିଭିନ୍ନ ପ୍ରତିଯୋଗିତାର ବିଜେତାମାନଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରି ସେମାନଙ୍କର ସଫଳତାକୁ ସ୍ୱୀକୃତି ଦେବା ସହ ସୃଜନଶୀଳ ଅଭିବ୍ୟକ୍ତି ପାଇଁ ଉତ୍ସାହିତ କରିଥିଲେ। ନିଜ ହାତରେ ଅଭିନବ ଖେଳଣା ତିଆରି କରିଥିବା ପିତାମାନଙ୍କୁ ମଧ୍ୟ ଏହି ଅବସରରେ ସମ୍ବର୍ଦ୍ଧିତ କରିଥିଲେ। ଘରେ ସୃଜନଶୀଳ କାର୍ଯ୍ୟକଳାପ ଏବଂ ଖେଳ-ଭିତ୍ତିକ ଶିକ୍ଷାକୁ ପ୍ରୋତ୍ସାହିତ କରିବା ପାଇଁ ଜନ୍ମରୁ-୬ ବର୍ଷ ବୟସର ଶିଶୁମାନଙ୍କୁ ଉପହାର ବଣ୍ଟନ କରାଯାଇଥିଲା।

 ପ୍ରତ୍ୟେକ ଶିଶୁର ଅଭିବୃଦ୍ଧି ଓ ବିକାଶ ପାଇଁ ଉତ୍ତରଦାୟୀ ଅଭିଭାବକତ୍ୱ, ପ୍ରାରମ୍ଭିକ ପ୍ରେରଣା ଏବଂ ଏକ ସହାୟକ ପରିବେଶର ଗୁରୁତ୍ୱ ବିଷୟରେ ସଚେତନତା ସୁଦୃଢ଼ କରିବା ପାଇଁ ଏହି ପଦକ୍ଷେପ ସମାଜ ଓ ପରିବାରଗୁଡ଼ିକୁ ଏକାଠି କରିଥିଲା। ‘କୋଟିଏ ହସ’ ମାଧ୍ୟମରେ ବିଭାଗ ଏହି ବାର୍ତ୍ତାକୁ ସୁଦୃଢ଼ କରିବାକୁ ଲକ୍ଷ୍ୟ ରଖିଛି ଯେ ଶୈଶବ ଯତ୍ନ, ସାହଚର୍ଯ୍ୟ, ସୃଜନଶୀଳତା ଏବଂ ଆନନ୍ଦମୟ ଶିକ୍ଷାରେ ପରିପୂର୍ଣ୍ଣ ହେବା ଉଚିତ।

ଏହି ଅବସରରେ ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ ଡଃ ମୃଣାଳିନୀ ଦର୍ସୱାଲ, ନିର୍ଦ୍ଦେଶିକା ଶ୍ରୀମତୀ ମୋନିଷା ବାନାର୍ଜୀଙ୍କ ସମେତ ବିଭାଗର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ, ବିଶିଷ୍ଟ ବ୍ୟକ୍ତି ଏବଂ ପଦାଧିକାରୀମାନେ ଉପସ୍ଥିତ ଥିଲେ।

Powered by Froala Editor

Tags Deputy cm

Related articles Odisha News Lens 4.1

  • ଅଣ୍ଡର-୧୯ ଏସିଆ କପ ; ପାକିସ୍ତାନକୁ ପରାସ୍ତ କରି ଭାରତ ଚାମ୍ପିୟନ
    ଖେଳ ଖବର

    ଅଣ୍ଡର-୧୯ ଏସିଆ କପ ; ପାକିସ୍ତାନକୁ ପରାସ୍ତ କରି ଭାରତ ଚାମ୍ପିୟନ

    14536
    Nov 15, 2026
  • ବଞ୍ଚିଗଲି ପୋଷ୍ଟ କରି ଚର୍ଚ୍ଚାରେ ଅମିତାଭ
    ମନୋରଞ୍ଜନ

    ବଞ୍ଚିଗଲି ପୋଷ୍ଟ କରି ଚର୍ଚ୍ଚାରେ ଅମିତାଭ

    14404
    Nov 16, 2026
  • ମୁମ୍ବାଇରେ କିଲୋ ପିଛା ୧ ଟଙ୍କା ୫୦ ପଇସା ବଢ଼ିଲା CNG
    ଦେଶ-ଦେଶାନ୍ତର

    ମୁମ୍ବାଇରେ କିଲୋ ପିଛା ୧ ଟଙ୍କା ୫୦ ପଇସା ବଢ଼ିଲା CNG

    14431
    Nov 15, 2026
  • ଏକ୍ସପ୍ରେସ୍ ରେ ନିଆଁ, ଯାତ୍ରୀମାନେ ଭୟଭୀତ
    ଦେଶ-ଦେଶାନ୍ତର

    ଏକ୍ସପ୍ରେସ୍ ରେ ନିଆଁ, ଯାତ୍ରୀମାନେ ଭୟଭୀତ

    13801
    Nov 15, 2026
  • ବ୍ରିଟିଶ ନାଗରିକତା ପାଇଲେ ଲଳିତ ମୋଦୀ
    ଦେଶ-ଦେଶାନ୍ତର

    ବ୍ରିଟିଶ ନାଗରିକତା ପାଇଲେ ଲଳିତ ମୋଦୀ

    14417
    Nov 15, 2026
  • ଫୁଲବାଣୀରେ ‘ଡାକମୁନ୍‌ସୀ’ ସୁଟିଂ
    ମନୋରଞ୍ଜନ

    ଫୁଲବାଣୀରେ ‘ଡାକମୁନ୍‌ସୀ’ ସୁଟିଂ

    13804
    Nov 15, 2026
  • ଡିସେମ୍ବରରେ ସଂସଦ ଶୀତକାଳୀନ ଅଧିବେଶନ
    ଦେଶ-ଦେଶାନ୍ତର

    ଡିସେମ୍ବରରେ ସଂସଦ ଶୀତକାଳୀନ ଅଧିବେଶନ

    14999
    Nov 16, 2026
  • ଯମୁନା ଅପରିଷ୍କାର ପାଣିରେ ଛଟ୍ ପାଳିଲେ ଶ୍ରଦ୍ଧାଳୁ
    ଦେଶ-ଦେଶାନ୍ତର

    ଯମୁନା ଅପରିଷ୍କାର ପାଣିରେ ଛଟ୍ ପାଳିଲେ ଶ୍ରଦ୍ଧାଳୁ

    15006
    Nov 16, 2026
  • ୧୦ ଗ୍ରାମ ପିଛା ୧,୨୫,୪୦୦ ଟଙ୍କା ହେଲା ୨୨ କ୍ୟାରେଟ୍ ସୁନା
    ବାଣିଜ୍ୟ

    ୧୦ ଗ୍ରାମ ପିଛା ୧,୨୫,୪୦୦ ଟଙ୍କା ହେଲା ୨୨ କ୍ୟାରେଟ୍ ସୁନା

    13641
    Nov 16, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ମନୋରଞ୍ଜନ

    ବଞ୍ଚିଗଲି ପୋଷ୍ଟ କରି ଚର୍ଚ୍ଚାରେ ଅମିତାଭ

    14404
    Nov 16, 2026
  • ଦେଶ-ଦେଶାନ୍ତର

    ବ୍ରିଟିଶ ନାଗରିକତା ପାଇଲେ ଲଳିତ ମୋଦୀ

    14417
    Nov 15, 2026
  • ଦେଶ-ଦେଶାନ୍ତର

    ଏକ୍ସପ୍ରେସ୍ ରେ ନିଆଁ, ଯାତ୍ରୀମାନେ ଭୟଭୀତ

    13801
    Nov 15, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17285
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17986
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17942
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18357
    Sep 06, 2023

ବିଶେଷ

  • ଶୀତଦିନେ ଏମିତି କରନ୍ତୁ ମେକ୍ଅପ୍

    14653
    Nov 14, 2026
  • ଓଠରୁ ଜାଣନ୍ତୁ ରୋଗର ପ୍ରଥମ ସଙ୍କେତ

    14312
    Nov 09, 2026
  • ବାଦୁଡିଙ୍କ ପାଇଁ ୧୦୦ ବର୍ଷ ହେଲା ବାଣ ଫୁଟା ବ୍ୟାନ୍

    15652
    Nov 08, 2026
  • ଆସିଲା ଶୀତଦିନ, ଘରୋଇ ମଏଶ୍ଚରାଇଜର କରନ୍ତୁ ବ୍ୟବହାର

    14439
    Nov 07, 2026
  • ଶରୀରକୁ ଅନେକ ରୋଗ ସହ ଲଢିବାରେ ସହାୟକ ହୋଇଥାଏ ଏହି ସ୍ୱତନ୍ତ୍ର ଖାଦ୍ୟ

    14514
    Nov 05, 2026

ବାଣିଜ୍ୟ

୧୦ ଗ୍ରାମ ପିଛା ୧,୨୫,୪୦୦ ଟଙ୍କା ହେଲା ୨୨ କ୍ୟାରେଟ୍ ସୁନା

ବିବାହ ଋତୁ ଆରମ୍ଭ ହେବାକୁ ଥିବା ବେଳେ ପୁଣି ସୁନା ଓ ରୁପା ଦରରେ ହ୍ରାସ ଦେଖିବାକୁ ମିଳିଛି।  ବିଶେଷ କରି ରୁପା ଦରରେ ଅଧିକ ହ୍ରାସ ରେକର୍ଡ କରାଯାଇଛି। ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX)ରେ ସୋମବାର ସକାଳ ପ୍ରାୟ ୯ଟା ୧୩ ସୁଦ୍ଧା ସୁନା ଦର ୧୦ ଗ୍ରାମ ପିଛା ୧,୩୬,୨୨୦ ଟଙ୍କାରେ କାରବାର କରୁଥିଲା। 

୨୪ କ୍ୟାରେଟ ...

  • ଚରିତ୍ର ଗଠନ, ଦେଶପ୍ରେମ ଓ ଈଶ୍ୱରପ୍ରାପ୍ତିର ଅନ୍ୱେଷଣ ମାଧ୍ୟମରେ ଶିକ୍ଷାର ନୂତନ ପରିଭାଷା ଗଢ଼ୁଛି ଉତ୍କଳ ଗୌରବ ଇଣ୍ଟରନ୍ୟାସନାଲ୍ ସ୍କୁଲ୍

    13898
    Nov 14, 2026
  • ଭିଏଏମଏଲ୍‍ କୋଇଲା ଖଣି 'ପ୍ରକଳ୍ପ ବିଦ୍ୟା' ଅଧୀନରେ ପାଠ୍ୟ ସହାୟକ ପୁସ୍ତକ ବଣ୍ଟନ ମାଧ୍ୟମରେ ଶିକ୍ଷାଗତ ଉତ୍କର୍ଷତାକୁ ପ୍ରୋତ୍ସାହନ କରୁଛି

    15419
    Nov 12, 2026
  • ଭିଏଏମ୍ଏଲ୍ ନୂତନ ସିଲେଇ ତାଲିମ କେନ୍ଦ୍ର ଜରିଆରେ କଳାହାଣ୍ଡିରେ ମହିଳା ଜୀବିକା ଅଭିଯାନର ସମ୍ପ୍ରସାରଣ କରିଛି

    14373
    Nov 07, 2026
  • ଫୁଲ ବଉଳ ବେଣୀ ସିଡନୀରେ ଓଡ଼ିଆ ଭାଷା, ସଂସ୍କୃତି ଓ ଐତିହ୍ୟକୁ ପାଳନ କଲା

    15592
    Nov 06, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଡିସେମ୍ବରରେ ସଂସଦ ଶୀତକାଳୀନ ଅଧିବେଶନ

    14999
    Nov 16, 2026
  • ବ୍ରିଟିଶ ନାଗରିକତା ପାଇଲେ ଲଳିତ ମୋଦୀ

    14417
    Nov 15, 2026
  • ବଞ୍ଚିଗଲି ପୋଷ୍ଟ କରି ଚର୍ଚ୍ଚାରେ ଅମିତାଭ

    14404
    Nov 16, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In