ରାଜ୍ୟରେ ଆରମ୍ଭ ହେଲା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ଗୃହ ବଣ୍ଟନ ପ୍ରକ୍ରିୟା
ବଲାଙ୍ଗୀର: ରାଜ୍ୟରେ ଆରମ୍ଭ ହୋଇଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମ୍ ଆବାସ) ଅଧୀନରେ ଗୃହ ବଣ୍ଟନ ପ୍ରକ୍ରିୟା। ବଲାଙ୍ଗିରରେ ଆୟୋଜିତ ଏକ ରାଜ୍ୟସ୍ତରୀୟ ମେଗା କାର୍ଯ୍ୟକ୍ରମରୁ ଏହାର ଶୁଭାରମ୍ଭ କରାଯାଇଛି। ଏହି ଅବସରରେ ରାଜ୍ୟର ଯୋଗ୍ୟ ହିତାଧିକାରୀଙ୍କୁ ଆବାସ ଯୋଜନାର ସୁଫଳ ପ୍ରଦାନ କରିବା ଉପରେ ଗୁରୁତ୍ୱ ଦିଆଯାଇଛି।
ଏହି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନ ଉପସ୍ଥିତ ରହି ଆବାସ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ଏଥିସହ ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂଦେଓ, ମନ୍ତ୍ରୀ ରବି ନାଏକ ଓ ମୁକେଶ ମହାଲିଙ୍ଗ ମଧ୍ୟ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି।
ଗ୍ରାମାଞ୍ଚଳରେ ବାସଗୃହ ସମସ୍ୟାର ସମାଧାନ ଏବଂ ଗରିବ ଓ ଅସହାୟ ପରିବାରଙ୍କୁ ପକ୍କା ଘର ଯୋଗାଇଦେବା ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟ। ଦୀର୍ଘଦିନ ଧରି ନିଜସ୍ୱ ପକ୍କା ଘର ଅପେକ୍ଷାରେ ଥିବା ଯୋଗ୍ୟ ପରିବାରଙ୍କ ପାଇଁ ଏହି ପଦକ୍ଷେପ ଆଶା ସଞ୍ଚାର କରିଛି।
ଆବାସ ବଣ୍ଟନ ପ୍ରକ୍ରିୟା ଆରମ୍ଭ ହେବା ଫଳରେ ରାଜ୍ୟର ହଜାର ହଜାର ଗରିବ ପରିବାରଙ୍କ ମୁଣ୍ଡ ଉପରେ ପକ୍କା ଛାତର ସ୍ୱପ୍ନ ପୂରଣ ହେବା ନେଇ ଆଶା ବଢ଼ିଛି।
Powered by Froala Editor