ଚାକିରୀରେ ନିୟମିତ କରିବା ପାଇଁ ଲାଞ୍ଚ, ରେଡ୍ ହ୍ୟାଣ୍ଡରେ ଧରିଲା ଭିଜିଲାନ୍ସ ଟିମ୍

ନୂଆପଡ଼ା: ଭିଜିଲାନ୍ସ ଜାଲରେ ପଡିଲେ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କିରାଣି ପ୍ରତିମା ଦାସ। ଜଣେ ମହିଳାଙ୍କ ସ୍ବାସ୍ଥ୍ୟକର୍ମୀଙ୍କୁ ଚାକିରୀରେ ନିୟମିତ କରିବା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ରେଡ୍ ହ୍ୟାଣ୍ଡରେ ଧରିଛି ଭିଜିଲାନ୍ସ ଟିମ୍। ସ୍ବାସ୍ଥ୍ୟକର୍ମୀଙ୍କ ସ୍ବାମୀ ଭିଜିଲାନ୍ସଙ୍କ ଦ୍ବାରସ୍ଥ ହୋଇଥିଲେ।
ସୂଚନା ମୁତାବିକ, ନୂଆପଡା ସିଡିଏମ୍ଓଙ୍କ ଅଫିସର କର୍ୟ୍ୟରତ ଜଣେ କିରାଣିଙ୍କୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ଧରିଛି। ମହିଳା ସ୍ବାସ୍ଥକର୍ମୀଙ୍କ ସ୍ବାମୀ କିରାଣିଙ୍କ ୧୦ ହଜାର ଟଙ୍କା ନେଉଥିବା ବେଳେ ଭିଜିଲାନ୍ ଟିମ୍ କିରାଣିଙ୍କୁ ରେଡ୍ ହାଣ୍ଡରେ ଧରିବାଥିଲେ। ସେ କିଛି ବୁଝିବା ପୂର୍ବ ଟିମ୍ ତାଙ୍କ ଭ୍ୟାନିଟ୍ ବ୍ୟାଗ ଓ ଅଫିସ ବିଭିନ୍ନ କାଗଜ ପତ୍ର ଯାଞ୍ଚ କରିଥିଲେ ନବରଙ୍ଗପୁର,ମାଲକାନଗିରି,କଳାହାଣ୍ଡି ଓ ନୂଆପଡା ଭିଜିଲାନ୍ସ ଟିମ୍।
Powered by Froala Editor