ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଶିବରାଜ ସିଂହ ଚୌହାନ
ଭୁବନେଶ୍ଵର: କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ତଥା ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶିବରାଜ ସିଂହ ଚୌହାନ ଓଡ଼ିଶା ଗସ୍ତରେ ଆସୁଛନ୍ତି । ନଭେମ୍ବର ୧୩ ଓ ୧୪ ତାରିଖରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ନଭେମ୍ବର ୧୩ ତାରିଖ ଅପରାହ୍ଣ ୫ଟା ୫୫ରେ ଦିଲ୍ଲୀରୁ ବିମାନ ଯୋଗେ ବାହାରି ରାତି ୮ଟା ୫ରେ ଭୁବନେଶ୍ୱରରେ ପହଞ୍ଚିବେ ଶିବରାଜ ସିଂହ ଚୌହାନ ଚୌହାନ। ଏହାପରେ ସେ କାର୍ ଯୋଗେ ହୋଟେଲ ମେଫେୟାର ଲାଗୁନ୍ ଯିବେ ଏବଂ ସେଠାରେ ରାତ୍ରୀଯାପନ କରିବେ ।
ନଭେମ୍ବର ୧୪ ତାରିଖ ସକାଳ ୯ଟା ୪୫ରେ ହେଲିକପ୍ଟର ଯୋଗେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ସହ ବଲାଙ୍ଗିର ଅଭିମୁଖେ ଯାତ୍ରା କରିବେ । ସକାଳ ୧୦ଟା ୫୦ରେ ବଲାଙ୍ଗିର ହେଲିପ୍ୟାଡ୍ରେ ପହଞ୍ଚିବା ପରେ ପଥରଚେପା ପଡ଼ିଆରେ ଆୟୋଜିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ (PMAY-G) କାର୍ଯ୍ୟକ୍ରମରେ ସକାଳ ୧୧ଟାରୁ ଅପରାହ୍ଣ ୧ଟା ପର୍ଯ୍ୟନ୍ତ ଯୋଗ ଦେବେ ।
Powered by Froala Editor