ରାଜ୍ୟସଭାରେ ବିଜେଡି ସାଂସଦ କଲେ ଏହି ଦାବି, ଜାଣନ୍ତୁ କ’ଣ

ନୂଆଦିଲ୍ଲୀ: ଓଡ଼ିଶା ସ୍ୱତନ୍ତ୍ର ଫୋକସ ରାଜ୍ୟର ମାନ୍ୟତା ଦାବି ଦେବାକୁ ପୁଣି ଦାବି କରିଛି ବିଜେଡି । ରାଜ୍ୟସଭାରେ ଦଳର ସାଂସଦ ସସ୍ମିତ ପାତ୍ର ଏହି ପ୍ରସଙ୍ଗ ଉଠାଇଥିଲେ । ଶୂନ୍ୟକାଳରେ ସେ ଏହି ଦାବି ରଖି କହିଥିଲେ, ଓଡ଼ିଶା ନିୟମିତ ଭାବେ ପ୍ରାକୃତିକ ବିପର୍ଯ୍ୟୟର ସାମନା କରିଆସୁଛି । ଯାହା କି ରାଜ୍ୟର ଅର୍ଥନୈତିକ ଅବସ୍ଥାକୁ ବିଶେଷ ଭାବେ ପ୍ରଭାବିତ କରୁଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟକୁ ଫୋକସ ରାଜ୍ୟର ମାନ୍ୟତା ମିଳୁ । ଏଥିସହିତ ପ୍ରାକୃତିକ ବିପର୍ଯ୍ୟୟକୁ ଦୃଷ୍ଟିରେ ରଖି ୩ ବର୍ଷ ପର୍ଯ୍ୟନ୍ତ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଥିବା ଭାଗବଣ୍ଟାର ଅନୁପାତକୁ ୬୦:୪୦ ପରିବର୍ତ୍ତେ ୯୦:୧୦ କରାଯାଉ । ଏହାକୁ ଭିତ୍ତି କରି ଆର୍ଥିକ ସହାୟତା ପ୍ରଦାନ କରାଯାଉ । ଏହି ଆନୁପାତିକ ପରିବର୍ତ୍ତନ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ପ୍ରଭାବିତ ଅଞ୍ଚଳର ଭିତ୍ତିଭୂମିରେ ବିକାଶ ସହିତ ଲୋକଙ୍କ ଥଇଥାନ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇପାରିବ ବୋଲି ଶ୍ରୀ ପାତ୍ର ଯୁକ୍ତି ବାଢ଼ିଥିଲେ । ସାଂସଦ ସୂଚନା ଦେଇଥିଲେ ଯେ ପୂର୍ବରୁ ବିଭିନ୍ନ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫୋକସ ରାଜ୍ୟର ମାନ୍ୟତା ପାଇଁ ଦାବି କରିଛନ୍ତି । କେନ୍ଦ୍ର ଓ ରାଜ୍ୟର ଅନୁଦାନର ଅନୁପାତ ୯୦:୧୦ ରଖିବାକୁ ନିବେଦନ କରିଛନ୍ତି । କେନ୍ଦ୍ର ସରକାର ଏ ଦିଗରେ ତପôରତା ପ୍ରକାଶ କରିବେ ବୋଲି ଶ୍ରୀ ପାତ୍ର ଆଶା ପ୍ରକାଶ କରିଥିଲେ ।
Powered by Froala Editor