ବିସିଜେଡି ସଭାନେତ୍ରୀ ଇପସିତା ସାହୁଙ୍କୁ ପୁଲିସ ଉଠାଇ ନେଲା ପୁଲିସ
ଭୁବନେଶ୍ୱର: ରମାଦେବୀ ଛାତ୍ର ସଂସଦ ନିର୍ବାଚନ ପରିପ୍ରେକ୍ଷୀରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ବିସିଜେଡି ସଭାନେତ୍ରୀ ଇପସିତା ସାହୁଙ୍କୁ ପୁଲିସ ଉଠାଇ ନେଇଛି । ଇପସିତା ସାହୁଙ୍କ ନାମରେ ଥାନାରେ ଅଭିଯୋଗ ହୋଇଥିଲା । ତେବେ ତାଙ୍କୁ ଉଠାଇ ନେବା ପରେ ବିସିଜେଡି ପକ୍ଷରୁ ଜୋରଦାର ପ୍ରତିବାଦ କରାଯାଇଛି । ପୁଲିସର କାର୍ଯ୍ୟଧାରାକୁ ନେଇ ବିସିଜେଡି ପ୍ରଶ୍ନ କରିଛି । ଗଣତନ୍ତ୍ରର ହତ୍ୟା କରାଯାଉଛି ବୋଲି ବିସିଜେଡି ଅଭିଯୋଗ କରିଛି । ଲିସର କାର୍ଯ୍ୟଧାରାକୁ ନେଇ ବିସିଜେଡି ପ୍ରଶ୍ନ କରିଛି । ଗଣତନ୍ତ୍ରର ହତ୍ୟା କରାଯାଉଛି ବୋଲି ବିସିଜେଡି ଅଭିଯୋଗ କରିଛି । ତାଙ୍କୁ ଉଠାଇ ନିଆଯିବା ପରେ ଏହାର ପ୍ରତିବାଦ କରିଛନ୍ତି ବିସିଜେଡିର ଛାତ୍ରୀମାନେ। ଇପ୍ସିତା ଏବିଭିପିର ସଭାପତି ପ୍ରାର୍ଥୀ ଓ ଅନ୍ୟ କିଛି ଛାତ୍ରୀଙ୍କୁ ଅସଦାଚରଣ ସହିତ ଧସ୍ତାଧସ୍ତି କରିଥିବା ନେଇ ସହିଦ ନଗର ଥାନାରେ ଅଭିଯୋଗ ହୋଇଥିଲା। ତେବେ ଏହି କାରଣ ପାଇଁ ପୁଲିସ୍ ତାଙ୍କୁ ଉଠାଇ ନେଇଛି ନା ଆଉ କିଛି କାରଣ ରହିଛି, ତାହା ତତ୍କ୍ଷଣାତ ସ୍ପଷ୍ଟ ହୋଇପାରିନି।
Powered by Froala Editor