ଏହି ଦୁଇ ଦିନ ଏମ୍ସ ଓପିଡି ବନ୍ଦ
ଭୁବନେଶ୍ୱର : ‘ମହାନବମୀ’ ଓ ‘ଦଶହରା’ ଅବସରରେ ଆସନ୍ତା ୧୯ ଏବଂ ୨୦ ତାରିଖରେ ଭୁବନେଶ୍ୱରସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ) ଡାକ୍ତରଖାନାରେ ବହିର୍ବିଭାଗ (ଓପିଡି) ସେବା ବନ୍ଦ ରହିବ। ଏ ନେଇ ଭୁବନେଶ୍ୱର ଏମ୍ସର ମେଡିକାଲ ଅଧୀକ୍ଷକଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇ ସୂଚନା ଦିଆଯାଇଛି।
Powered by Froala Editor