ୟେଦୁରପ୍ପା ଓ ତାଙ୍କ ପୁଅଙ୍କୁ ନୋଟିସ ଜାରି

ବେଙ୍ଗାଲୁରୁ: ମୁଖ୍ୟମନ୍ତ୍ରୀ ପଦବୀ ଚାଲିଯିବା ପରେ ବର୍ତ୍ତମାନ ବି.ଏସ.ୟେଦୁରପ୍ପାଙ୍କ ଅଡୁଆ ବଢ଼ିଛି । କର୍ଣ୍ଣାଟକ ହାଇକୋର୍ଟ ଗୃହ ନିର୍ମାଣ ପ୍ରକଳ୍ପ ଦୁର୍ନୀତି ମାମଲାରେ ୟେଦୁରପ୍ପା ଓ ତାଙ୍କ ପୁଅ ବି.ୱାଇ.ବିଜୟେନ୍ଦ୍ରଙ୍କୁ ନୋଟିସ ଜାରି କରିଛନ୍ତି । ଆସନ୍ତା ୧୭ ତାରିଖରେ କୋର୍ଟରେ ହାଜର ହେବାକୁ ଉଭୟଙ୍କୁ ନିଦେ୍ର୍ଧଶ ଦିଆଯାଇଛି । ସାମାଜିକ କାର୍ଯ୍ୟକର୍ତ୍ତ ଟି.ଜେ ଆବ୍ରାହମଙ୍କ ପକ୍ଷରୁ ଏହି ପିଟିସନ ଦାଖଲ କରାଯାଇଥିଲା । ପୂର୍ବରୁ ସେ ଜିଲ୍ଲା ତଥା ଦୌରାଜଜଙ୍କ କୋର୍ଟରେ ପିଟିସନ କରିଥିଲେ । କିନ୍ତୁ ସେହି ସମୟରେ ୟେଦୁରପ୍ପା ମୁଖ୍ୟମନ୍ତ୍ରୀ ଥିବାରୁ ତାଙ୍କ ବିରୋଧରେ ପିଟିସନ ଫାଇଲ କରିବାକୁ କ୍ଷମତାପ୍ରାପ୍ତ ଅଧିକାରୀଙ୍କ ଠାରୁ ଅନୁମତି ଆଣିନଥିବାରୁ ଦୌରାଜଜ ତାଙ୍କ ପିଟିସନ ରଦ୍ଧ କରିଦେଇଥିଲେ । ଫଳରେ ସେ ହାଇକୋର୍ଟ ଆସିଥିଲେ ।
Powered by Froala Editor