ଲୁଟ୍ କରିବାକୁ ଆସିଥିଲେ, ଦୁର୍ବୃତ୍ତଙ୍କ ଉପରକୁ ପନିକି ଫୋପାଡ଼ିଲେ ମହିଳା
ପାଟଣା: କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ମୁରୁସୁଆଁ ଗ୍ରାମରେ ମଙ୍ଗଳବାର ମଧ୍ୟାହ୍ନରେ ବନ୍ଧୁକ ଦେଖାଇ ଲୁଟ୍ ଉଦ୍ୟମ ହୋଇଛି।
ସୂଚନା ଅନୁଯାୟୀ, ମୁରୁସୁଆଁ ଗ୍ରାମର ପ୍ରଶାନ୍ତ ସାହୁଙ୍କ ଘରର ବାଡ଼ି ପାଚେରି ଡେଇଁ ଘରେ ପଶି ୩ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ସୁନା ଗହଣା ଦେବାକୁ ଧମକ ଦେଇଥିଲେ। ଏହି ସମୟରେ ପ୍ରଶାନ୍ତଙ୍କ ସ୍ତ୍ରୀ ସାହସର ସହ ପ୍ରତିବାଦ କରିବା ସହ ଦୁର୍ବୃତ୍ତଙ୍କ ଉପରକୁ ପନିକି ଫିଙ୍ଗିଥିଲେ। ଏଥିରେ ଭୟଭୀତ ହୋଇ ୩ ଜଣ ଦୁର୍ବୃତ୍ତ ପାଚେରି ଡେଇଁ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ।
Powered by Froala Editor