ଭିନ୍ନକ୍ଷମ ନାବାଳିକାକୁ ବଳାତ୍କାର, ୨ ଗିରଫ
ଉଦଳା: ଭୟୂରଭଞ୍ଜ ଜିଲା ଉଦଳା ଅଞ୍ଚଳରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ଭିନ୍ନକ୍ଷମ ନାବାଳିକାକୁ ବଳାତ୍କାର କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ପୋଲିସ ଅଭିଯୋଗକୁ ଭିତ୍ତି କରି ଘଟଣାରେ ସମ୍ପୃକ୍ତ ଥିବା ୨ଜଣଙ୍କୁ ଗିରଫ କରିଛି।
ମିଳିଥିବା ସୂଚନା ମୁତାବକ, ୧୧ ତାରିଖ ସନ୍ଧ୍ୟାରେ ଘରେ କେହି ନ ଥିବା ବେଳେ ଅଭିଯୁକ୍ତ ଦ୍ୱୟ ଘରେ ପଶି ନାବାଳିକାଙ୍କୁ ଉଠାଇ ନେଇଥିଲେ। ପରେ ସେମାନେ ନାବାଳିକାଙ୍କୁ ବଳାତ୍କାର କରିଥିଲେ।
ପରିବାର ଲୋକେ ଏହା ଜାଣି ଥାନାରେ ଏକ ଅଭିଯୋଗ କରିଥିଲେ। ପୋଲିସ ଅଭିଯୋଗକୁ ଭିତ୍ତି କରି ତଦନ୍ତ ପରେ ଘଟଣାରେ ସମ୍ପୃକ୍ତ ଥିବା ୨ଜଣ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଥିଲା।
Powered by Froala Editor