ସିଆଇଏସଏଫ ହେଡ କନଷ୍ଟେବଲଙ୍କ ଗୁଳିରେ ଚାଲିଗଲା ୪ ଜୀବନ
ଜମ୍ମୁ : ଜମ୍ମୁ କାଶ୍ମୀରର କାଠୁଆ ଜିଲାରେ ମୁତୟନ ଥିବା ସିଆଇଏସଏଫର ହେଡ କନଷ୍ଟେବଲ ଅଦ୍ୱେଷ କୁମାରଙ୍କ ଗୁଳିରେ ସିଆଇଏସଏଫର ଜଣେ ଅଫିସରଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ଘଟିଛି । ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୬ଟା ବେଳେ କାଠୁଆ ଜିଲାର ମସ୍କା ଅଂଚଳର ସେବା ପ୍ରୋଜେକ୍ଟରେ ମୁତୟନ ଥିବା ହେଡକନଷ୍ଟେବଲ ଅଦ୍ୱେଷ ନିଜ ଏ.କେ-୪୭ ରାଇଫଲରୁ ଗୁଳି ଚଳାଇବାରୁ ଗୋଟିଏ ସ୍ଥାନରେ ମିଟିଂ କରୁଥିବା ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଅଙ୍କିତ କୁମାର ପାଣ୍ଡେ, ଏସଆଇ ଲକ୍ଷ୍ମଣ ସିଂହ, କନଷ୍ଟେବଲ ରଫିକ୍ ଅହମ୍ମଦ ଓ ସନ୍ଦୀପ କୁମାର ଗୁରୁତର ହୋଇପଡିଥିଲେ । ଆହତମାନଙ୍କୁ ତୁରନ୍ତ ହିମାଚଳ ପ୍ରଦେଶର ଏନଏଚପିସି ହସ୍ପିଟାଲରେ ଭର୍ତି କରାଯାଇଥିଲା । ସେଠାରେ ଡାକ୍ତର ସେମାନଙ୍କ ମୃତ ଘୋଷଣା କରିଥିଲେ । ଅଭିଯୁକ୍ତ ହେଡ କନଷ୍ଟେବଲ ଅଦ୍ୱେଷ କୁମାରଙ୍କୁ ପୁଲିସ ଗିରଫ କରି ତଦନ୍ତ କରୁଛି ।
Powered by Froala Editor