Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Tuesday, September 29, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଏମିତି ଘରକୁ ରଖନ୍ତୁ ଥଣ୍ଡା.....

  • ପାକିସ୍ତାନକୁ କଡ଼ା ସମାଲୋଚନା କଲେ ଏସ୍‌. ...

  • ଦକ୍ଷିଣ ଆଫ୍ରିକାରେ ୨ଟି ଗୁଳିକାଣ୍ଡ ...

  • ସ୍ଥଗିତ ହେଲା ୩ ଦିନିଆ ସର୍ବଭାରତୀୟ ...

  • ଏଣିକି ୩୦ ଦିନର ରିଚାର୍ଜ ପ୍ଲାନ୍

  • ଏସିଡ୍ ପିଇ ଗାୟିକା ଜସ୍ମିନ ମାଝୀଙ୍କ ...

  • ମନ କି ବାତ୍ କାର୍ୟ୍ୟକ୍ରମରେ ...

  • ଇରାନର ସାତଦିନିଆ ଅସ୍ତ୍ରବିରତି ...

  • ଆଜି ରବିବାର କିନ୍ତୁ ବ୍ୟାଙ୍କ ଖୋଲା

  • ସବୁଠୁ ଧନୀ ସେଲିବ୍ରିଟି ଶାହରୁଖ, ...

ରାଜ୍ୟ
Home ›› ରାଜ୍ୟ ››ଆମ ଓଡିଶାକୁ ନିଶ୍ଚିତ ଭାବରେ ଏକ ସୁ-ପୋଷିତ ଓଡିଶା ଭାବେ ପ୍ରତିଷ୍ଠିତ କରାଯିବ: ମୁଖ୍ୟମନ୍ତ୍ରୀ

ଆମ ଓଡିଶାକୁ ନିଶ୍ଚିତ ଭାବରେ ଏକ ସୁ-ପୋଷିତ ଓଡିଶା ଭାବେ ପ୍ରତିଷ୍ଠିତ କରାଯିବ: ମୁଖ୍ୟମନ୍ତ୍ରୀ

2026-09-29 12:36:15
13313
Share:
Facebook
Twitter
E-Mail
WhatsApp
Telegram
ଆମ ଓଡିଶାକୁ ନିଶ୍ଚିତ ଭାବରେ ଏକ ସୁ-ପୋଷିତ ଓଡିଶା ଭାବେ ପ୍ରତିଷ୍ଠିତ କରାଯିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଏକ ସୁ-ପୋଷିତ ଓଡିଶା ଗଠନ ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ। ମହିଳା ଓ ଶିଶୁମାନଙ୍କ ପୋଷଣରେ ଉନ୍ନତି ଆଣିବା ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରାଯାଉଛି। ଅଙ୍ଗନବାଡି ଓ ସ୍କୁଲ ଜରିଆରେ ଅନେକ ପୋଷଣ ଯୋଜନା କାର୍ଯ୍ୟକାରୀ କରାଯାଉଛି।  ଏଥିରେ ଆହୁରି ଉନ୍ନତି ଆଣିବା ପାଇଁ ପୁରା ପରିବାରକୁ ସାମିଲ କରାଯାଉଛି। ପରିବାରର ମହିଳାମାନଙ୍କ ସହିତ ପୁରୁଷମାନଙ୍କୁ ମଧ୍ୟ ଶିଶୁର ପୌଷ୍ଟିକ ସ୍ଥିତିରେ ଉନ୍ନତି ଆଣିବା ପାଇଁ ସଂଶ୍ଳିଷ୍ଟ କରାଯାଉଛି। ସଚେତନତା ଓ ଯୋଜନାର ସଫଳ କାର୍ଯ୍ୟାନ୍ୱୟନ ଜରିଆରେ ଆମ ଓଡିଶାକୁ ନିଶ୍ଚିତ ଭାବରେ ଏକ ସୁ-ପୋଷିତ ଓଡିଶା ଭାବେ ପ୍ରତିଷ୍ଠିତ କରାଯିବ। ଆଜି ଭୁବନେଶ୍ୱର ବରମୁଣ୍ଡାସ୍ଥିତ ଅଙ୍ଗନବାଡି କେନ୍ଦ୍ରଠାରେ ଆୟୋଜିତ ରାଜ୍ୟ ସ୍ତରୀୟ 'ଆଙ୍ଗନ୍ କା ଉତ୍ସବ' ଏବଂ '୯ମ ରାଷ୍ଟ୍ରୀୟ ପୋଷଣ ମାସ' ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି। ସେ ପୁଣି କହିଥିଲେ ଯେ, ପୋଷଣ ମାସ ପାଳନ ଅବସରରେ ରାଜ୍ୟବ୍ୟାପୀ ୪୬ ଲକ୍ଷରୁ ଊର୍ଦ୍ଧ୍ୱ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଛି ଏବଂ ଆଧାର ଯାଞ୍ଚ କ୍ଷେତ୍ରରେ ଓଡ଼ିଶା ସାରା ଦେଶରେ ପ୍ରଥମ ସ୍ଥାନ ହାସଲ କରିଛି। ଶିଶୁର ପ୍ରଥମ ୧୦୦୦ ଦିନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ, ଶିଶୁଙ୍କ ସୂଚାରୁ ଲାଳନପାଳନରେ ମା’ମାନଙ୍କ ସହ ପିତା ଓ ପରିବାରର ଅନ୍ୟ ସଦସ୍ୟମାନଙ୍କ ସହଭାଗିତା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। 

ସେ ଆହୁରି କହିଛନ୍ତି ଯେ, ତୃଣମୂଳ ସ୍ତରରେ ନିଃସ୍ୱାର୍ଥପର ସେବା ପ୍ରଦାନ କରି ରାଜ୍ୟରେ ଶିଶୁ ଟୀକାକରଣ, ଅନୁଷ୍ଠାନଗତ ପ୍ରସବ ବୃଦ୍ଧି ଏବଂ ଶିଶୁ ଓ ମାତୃ ମୃତ୍ୟୁହାର ଯଥେଷ୍ଟ ହ୍ରାସ କରିବାର ପ୍ରକୃତ ଶ୍ରେୟ ଆମର ଅଙ୍ଗନବାଡ଼ି କର୍ମୀ, ସହାୟିକା, ANM ଓ ଆଶା କର୍ମୀମାନଙ୍କର। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପୂର୍ବରୁ ଓଡ଼ିଶା ଦେଶରେ ଦ୍ଵିତୀୟ ସବୁଠାରୁ ଅଧିକ ଶିଶୁ ଓ ମାତୃ ମୃତ୍ୟୁହାର ଥିବା ରାଜ୍ୟ ଥିଲା, ମାତ୍ର ଆଜି ଏହି ଦୁଇଟି ମାପକାଠିରେ ରାଜ୍ୟ ଏକ ସନ୍ତୋଷଜନକ ସ୍ଥିତିରେ ପହଞ୍ଚିପାରିଛି। 

ରାଜ୍ୟରେ ଗୁଣାତ୍ମକ ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା ସମ୍ପୂର୍ଣ୍ଣ ନିଃଶୁଳ୍କ କରାଯାଇଥିବା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ସୂଚନା ଦେଇ କହିଥିଲେ ଯେ, ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନଗୁଡ଼ିକରେ ସ୍ନାତକୋତ୍ତର (M.A.) ପର୍ଯ୍ୟନ୍ତ ଶିକ୍ଷା ସମ୍ପୂର୍ଣ୍ଣ ଦେୟମୁକ୍ତ କରାଯାଇଛି। ସେହିପରି ଜନ୍ମିତ ଶିଶୁ କନ୍ୟାମାନେ ସ୍ନାତକ ଶିକ୍ଷା ସମାପ୍ତ କଲେ ସେମାନଙ୍କୁ ୧ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ମିଳିବ। ସ୍ୱାସ୍ଥ୍ୟ କ୍ଷେତ୍ରରେ 'ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା' ମାଧ୍ୟମରେ ଦେଶର ବଛା ବଛା ବେସରକାରୀ ହସ୍ପିଟାଲରେ କ୍ୟାସଲେସ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି।ଏହି ଅବସରରେ ମୁଖ୍ୟମନ୍ତ୍ରୀ ଅଙ୍ଗନବାଡି ପିଲାମାନଙ୍କୁ ସ୍କୁଲ କିଟ୍ ବଣ୍ଟନ କରିବା ସହ ସ୍ୱାସ୍ଥ୍ୟକର ଖାଦ୍ୟ ପ୍ରଦର୍ଶନ ପାଇଁ ବାପାମାନଙ୍କୁ ପୁରସ୍କୃତ କରିଥିଲେ। ଏହା ସହ  ଅଙ୍ଗନବାଡି କର୍ମୀ, ସହାୟିକା ଓ ଆଶା କର୍ମୀମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଛି। ମୁଖ୍ୟମନ୍ତ୍ରୀ ଅଙ୍ଗନବାଡି କେନ୍ଦ୍ର ପରିଦର୍ଶନ କରି 'ତ୍ରିରଙ୍ଗା ଥାଳି' ଓ ଗରମ ରନ୍ଧା ଖାଦ୍ୟର ଗୁଣବତ୍ତା ଅନୁଧ୍ୟାନ କରିଥିଲେ ଏବଂ ପିଲାମାନଙ୍କୁ ଖାଦ୍ୟ ମଧ୍ୟ ପରଷି ଥିଲେ। ଏହି ସମାରୋହରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା, ଏକାମ୍ର-ଭୁବନେଶ୍ୱର ବିଧାୟକ ଶ୍ରୀଯୁକ୍ତ ବାବୁ ସିଂ, ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ ଡକ୍ଟର ମୃଣାଳିନୀ ଦର୍ସ୍ୱାଲ, ବିଭାଗୀୟ ନିର୍ଦ୍ଦେଶକା ଶ୍ରୀମତୀ ମୋନିଷା ବାନାର୍ଜୀଙ୍କ ସମେତ ବହୁ ବିଶିଷ୍ଟ ଅତିଥି, ଅଙ୍ଗନବାଡ଼ି କର୍ମୀ, ସହାୟିକା, ଆଶା କର୍ମୀ, ଶିଶୁ ଓ ସେମାନଙ୍କ ଅଭିଭାବକମାନେ ଉପସ୍ଥିତ ଥିଲେ।

Powered by Froala Editor

Tags Cm

Related articles Odisha News Lens 4.1

  • ପାକିସ୍ତାନକୁ କଡ଼ା ସମାଲୋଚନା କଲେ ଏସ୍‌. ଜୟଶଙ୍କର
    ଦେଶ-ଦେଶାନ୍ତର

    ପାକିସ୍ତାନକୁ କଡ଼ା ସମାଲୋଚନା କଲେ ଏସ୍‌. ଜୟଶଙ୍କର

    14674
    Sep 28, 2026
  • ସବୁଠୁ ଧନୀ ସେଲିବ୍ରିଟି ଶାହରୁଖ, ସମ୍ପତ୍ତି ୧୦ ହଜାର କୋଟି
    ମନୋରଞ୍ଜନ

    ସବୁଠୁ ଧନୀ ସେଲିବ୍ରିଟି ଶାହରୁଖ, ସମ୍ପତ୍ତି ୧୦ ହଜାର କୋଟି

    15591
    Sep 27, 2026
  • ଏସିଡ୍ ପିଇ ଗାୟିକା ଜସ୍ମିନ ମାଝୀଙ୍କ ଆତ୍ମହତ୍ୟା
    ଜିଲ୍ଲା ପରିକ୍ରମା

    ଏସିଡ୍ ପିଇ ଗାୟିକା ଜସ୍ମିନ ମାଝୀଙ୍କ ଆତ୍ମହତ୍ୟା

    14672
    Sep 28, 2026
  • ଇରାନର ସାତଦିନିଆ ଅସ୍ତ୍ରବିରତି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲେ ଟ୍ରମ୍ପ
    ଦେଶ-ଦେଶାନ୍ତର

    ଇରାନର ସାତଦିନିଆ ଅସ୍ତ୍ରବିରତି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲେ ଟ୍ରମ୍ପ

    15754
    Sep 27, 2026
  •  ଦକ୍ଷିଣ ଆଫ୍ରିକାରେ ୨ଟି ଗୁଳିକାଣ୍ଡ ଘଟଣାରେ ୨୭ ମୃତ
    ଦେଶ-ଦେଶାନ୍ତର

    ଦକ୍ଷିଣ ଆଫ୍ରିକାରେ ୨ଟି ଗୁଳିକାଣ୍ଡ ଘଟଣାରେ ୨୭ ମୃତ

    13876
    Sep 28, 2026
  • ଏମିତି ଘରକୁ ରଖନ୍ତୁ ଥଣ୍ଡା.....
    ବିଶେଷ

    ଏମିତି ଘରକୁ ରଖନ୍ତୁ ଥଣ୍ଡା.....

    14742
    Sep 29, 2026
  • ସ୍ଥଗିତ ହେଲା ୩ ଦିନିଆ ସର୍ବଭାରତୀୟ ବ୍ୟାଙ୍କ ଧର୍ମଘଟ
    ଦେଶ-ଦେଶାନ୍ତର

    ସ୍ଥଗିତ ହେଲା ୩ ଦିନିଆ ସର୍ବଭାରତୀୟ ବ୍ୟାଙ୍କ ଧର୍ମଘଟ

    13975
    Sep 28, 2026
  • ଏଣିକି ୩୦ ଦିନର ରିଚାର୍ଜ ପ୍ଲାନ୍
    ବାଣିଜ୍ୟ

    ଏଣିକି ୩୦ ଦିନର ରିଚାର୍ଜ ପ୍ଲାନ୍

    14027
    Sep 28, 2026
  • ମନ କି ବାତ୍ କାର୍ୟ୍ୟକ୍ରମରେ ଦେଶବାସୀଙ୍କୁ ଅନେକ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ଦେଲେ ...
    ଦେଶ-ଦେଶାନ୍ତର

    ମନ କି ବାତ୍ କାର୍ୟ୍ୟକ୍ରମରେ ଦେଶବାସୀଙ୍କୁ ଅନେକ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ଦେଲେ ...

    15495
    Sep 27, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଇରାନର ସାତଦିନିଆ ଅସ୍ତ୍ରବିରତି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲେ ଟ୍ରମ୍ପ

    15754
    Sep 27, 2026
  • ବିଶେଷ

    ଏମିତି ଘରକୁ ରଖନ୍ତୁ ଥଣ୍ଡା.....

    14742
    Sep 29, 2026
  • ଦେଶ-ଦେଶାନ୍ତର

    ପାକିସ୍ତାନକୁ କଡ଼ା ସମାଲୋଚନା କଲେ ଏସ୍‌. ଜୟଶଙ୍କର

    14674
    Sep 28, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17135
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17823
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17790
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18204
    Sep 06, 2023

ବିଶେଷ

  • ଏମିତି ଘରକୁ ରଖନ୍ତୁ ଥଣ୍ଡା.....

    14742
    Sep 29, 2026
  • ବାରମ୍ବାର ରୋଗ ଗ୍ରସ୍ତ ହେଉଥିଲେ କରନ୍ତୁ ଏହି ଉପାୟ.......

    13810
    Sep 27, 2026
  • ଘରୁ ବାହାରକୁ ଗଲେ କାର୍ଯ୍ୟରେ ସଫଳତା ପ୍ରାପ୍ତି ପାଇଁ କରନ୍ତୁ ଏହି ଉପାୟ, ମିଳିବ ସଫଳତା

    15701
    Sep 23, 2026
  • ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଇବା ଦ୍ୱାରା ହୋଇଥାଏ ଏହି ଅସୁବିଧା

    15267
    Sep 21, 2026
  • ଅଫିସ ବ୍ୟାଗ୍ ରଖନ୍ତୁ ଏହି ସ୍ଥାନରେ

    14641
    Sep 18, 2026

ବାଣିଜ୍ୟ

ଏଣିକି ୩୦ ଦିନର ରିଚାର୍ଜ ପ୍ଲାନ୍

ଏଣିକି ଗ୍ରାହକଙ୍କୁ ଆଉ ୨୮ ଦିନ ନୁହେଁ, ବରଂ ପୂରା ୩୦ ଦିନର ରିଚାର୍ଜ ପ୍ଲାନ୍ ମିଳିବ । ଏହା ସହ ଶସ୍ତା ଭଏସ୍ ପ୍ଲାନ୍ ବି ଉପଲବ୍ଧ ହେବ । ରବିବାର କେନ୍ଦ୍ର ସରକାର ଟେଲିକମ୍ ଗ୍ରାହକ ସୁରକ୍ଷା (ତ୍ରୟୋଦଶ ସଂଶୋଧନ) ନିୟମାବଳୀ ୨୦୨୬ କାର୍ଯ୍ୟକାରୀ କରିଛନ୍ତି । ଏହାଦ୍ୱାରା ଗ୍ରାହକଙ୍କୁ ଏବେ ବର୍ଷକୁ ୧୩ଟି ରିଚାର୍ଜରୁ ମ ...

  • ଆକ୍ସନ ଟେସା ଜାତୀୟ ବଢେଇ ଦିବସ ପାଳନ କଲା, ବଢେଇମାନଙ୍କ ନିମନ୍ତେ ବୃହତ୍‌ କଲ୍ୟାଣକାରୀ କାର୍ଯ୍ୟକ୍ରମ ଘୋଷଣା କଲା

    14192
    Sep 26, 2026
  • ବେଦାନ୍ତ ଆଲୁମିନିୟମର ଦକ୍ଷତା ବିକାଶ ପଦକ୍ଷେପ କାଳାହାଣ୍ଡିର ୧୦୦୦ ରୁ ଅଧିକ ଯୁବକଯୁବତୀଙ୍କ ଦକ୍ଷତା ବୃଦ୍ଧି ସହିତ ଜୀବିକା ନିର୍ବାହରେ ସହାୟକ ହୋଇଛି

    15943
    Sep 23, 2026
  • ଆଇଆଇଏ ଓଡ଼ିଶା ଚାପ୍ଟରର ନୂଆ ଏକଜିକ୍ୟୁଟିଭ କମିଟି ୨୦୨୬-୨୮ ନିମନ୍ତେ ଦାୟିତ୍ଵ ଗ୍ରହଣ କଲେ

    14432
    Sep 17, 2026
  • EPFOରେ ବଡ଼ ପରିବର୍ତ୍ତନ, ୧୫,୦୦୦ ଟଙ୍କାରୁ ୨୫,୦୦୦ ବଢ଼ିଲା ଟଙ୍କା ସୀମା

    15625
    Sep 17, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଆଜି ରବିବାର କିନ୍ତୁ ବ୍ୟାଙ୍କ ଖୋଲା

    14174
    Sep 27, 2026
  • ସବୁଠୁ ଧନୀ ସେଲିବ୍ରିଟି ଶାହରୁଖ, ସମ୍ପତ୍ତି ୧୦ ହଜାର କୋଟି

    15591
    Sep 27, 2026
  • ଏମିତି ଘରକୁ ରଖନ୍ତୁ ଥଣ୍ଡା.....

    14742
    Sep 29, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In